ଅମୃତ ବିନ୍ଦୁ ରକ୍ତଦାନ ଶିବିର


ବାଲେଶ୍ୱର,(ପ୍ରଭାକର ମଲ୍ଲିକ) ରକ୍ତହିଁ ଜୀବନ।ମଣିଷ ଏବେ ଚନ୍ଦ୍ର ପୃଷ୍ଠରେ ପହଁଞ୍ଚିବା ସହ ଜାଗା କିଣିବାରେ ପ୍ରତିଯୋଗିତା କରୁଥିବାବେଳେ ରକ୍ତ ଅଭାବରୁ ଶହଶହ ଲୋକ ମୃତୁ୍ୟବରଣ କରୁଥିବା ବେଳେ ରକ୍ତର ବିକଳ୍ପ ବୈଜ୍ଞାନିକ ମାନେ ବାହାର କରିବାରେ ସକ୍ଷମ ହୋଇନଥିବା ବେଳେ ଜଣେ ମଣିଷ ମଣିଷକୁ ରକ୍ତଦେଇ ଜୀବନ ବଞ୍ଚାଇ ପାରିବ। ତେଣୁ ଏବେ ଜୀବନ ବଞ୍ଚାଇବାପାଇଁ ରକ୍ତର ଆବଶ୍ୟକତା ରହିଥିବା ବେଳେ ବିଭିନ୍ନ ସଂଗଠନ ତଥା ସ୍ବେଚ୍ଛାସେବୀ ଏବାବଦରେ ସଚେତନ ହୋଇ ରକ୍ତଦାନ ଶିବିର ଆୟୋଜନ କରୁଥିବା ବେଳେ ବାଲିଆପାଳ ସତ୍ୟସାଇ ସେବା ସଂଗଠନ ମଧ୍ୟ ଏଦିଗରେ ପାଦେ ଆଗରେ ରହି କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି। ତେବେ ବାଲେଶ୍ଵର ଜିଲ୍ଲା ବାଲିଆପାଳ ସାଇମନ୍ଦିର ପରିସରରେ ରବିବାର ବାଲିଆପାଳ ସତ୍ୟସାଇ ସେବା ସମିତି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହା ପୂର୍ବାହ୍ନ ଆଠଟା ରୁ ଆରମ୍ଭ ହୋଇ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ଚାଲିଥିଲା। ରାକ୍ତ ଦାନ ଶେଷ ସୁଦ୍ଧା ୫୪ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ସତ୍ୟସାଇ ସେବା ସେମିତି ର ସମସ୍ତ ସଦସ୍ୟ ମାନଙ୍କ ସହଯୋଗର ରେ ଦୀର୍ଘ ୧୫ ବର୍ଷ ଧରି ଅନୁଷ୍ଠାନ ପକ୍ଷରୁ ରକ୍ତଦାନ ଶିବର ଅନୁଷ୍ଠିତ ହୋଇଆସୁଛି।ରକ୍ତ ଗ୍ରହଣ କରିବାରେ ଡ଼ାକ୍ତର ପ୍ରଶାନ୍ତ କୁମାର ଦାସ, ଲେବ୍ରୋଟରୀ ଟେକ୍ନିସିୟାନ ବସନ୍ତ କୁମାର ଜେନା, ନାର୍ସିଂ ଅଫିସର ସ୍ଵାତୀ ସୁଚରିତା ଦାସ , ଏଟେଣ୍ଡାନ୍ସ ଅଜୟ କୁମାର ମହାପାତ୍ର ଙ୍କ ସହିତ ଡ୍ରାଇଭର ବିଦ୍ୟାଧର ସାହୁ ପ୍ରମୁଖ ସହଯୋଗ କରିଥିଲେ। ବାଲିଆପାଳ ସାଇ ସେବା ସଂଗଠନ ର ସମସ୍ତ ସଦସ୍ୟ ଯୋଗଦେଇ ଶିବିରକୁ ପରିଚାଳନା କରିଥିଲେ।

Post a Comment

Previous Post Next Post