ମଦ ନିଶାହେଲା କାଳ , ଭାଇ ନେଲା ଭାଇର ଜୀବନ


ସୁବର୍ଣ୍ଣପୁର(ଗଣପତିବାଘ)ଗତ ଦୁଇ ଦିନ ତଳେ ସୁବର୍ଣ୍ଣପୁର ଜିଲ୍ଲା ତରଭା ସହରର ୧୦ନମ୍ବର ଓ୍ବାର୍ଡର କାଉନସିଲର ସୁନୀତା ନାଏକଙ୍କ ସ୍ବମୀ ସଂଜୀବ ଗୁରୁ ଓରଫ ରାଜାଙ୍କ ହୋଇଥିବା ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିଛି ଜିଲ୍ଲା ପୋଲିସ । ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ।ଗତ ଦୁଇ ଦିନ ତଳେ ତରଭା ୧୦ନମ୍ବର ଓ୍ବାର୍ଡର ବିଜେଡି କାଉନସିଲଙ୍କ ସ୍ବାମୀଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିଲା । ପୋଲିସ ପାଇଁ ଏହି ହତ୍ୟାକାଣ୍ଡ ରହସ୍ୟ ତଥା ହତ୍ୟାକାରୀକୁ ଧରିବା ଏକ ବଡ ଚେଲେଞ୍ଜ ହୋଇଥିବା ବେଳେ ପୋଲିସ ବି ଏହି ଘଟଣାକୁ ଗୁରୁତର ଭାବେ ନେଇ ଖୋଲତାଡ ଆରମ୍ଭ କରିଥିଲା । ପ୍ରଥମ ଦିନରେ ପୋଲିସ ରାଜାର ପତ୍ନୀ, ରାଜାର ଭାଇ ତଥା ଅନ୍ୟ ପରିବାର ଲୋକଙ୍କ ବୟାନ ରେକର୍ଡ କରିଥିଲା ।ପରେ ପରେ କିଛି ସନ୍ଦେହୀଙ୍କୁ ଥାନାକୁ ଆଣି ପଚରା ଉଚୁରା କରିଥିଲା ।ତବେ ସେଦିନ ରାତିରେ ରାଜା ସହିତ ତାର କକା ପୁଅ ଭାଇ ଶ୍ରୀତମ ଭୂଷଣ ଗୁରୁ ତଥା ଅନ୍ୟ ଚାରି ପାଂଚଜଣ ସାଙ୍ଗ ଭୋଜି ଭାତ କରି ପ୍ରବଳ ମଦ୍ୟପାନ କରିଥିଲେ । ନିଶାରେ ରାଜା ଓ ଶ୍ରୀତମ ଭିତରେ ଝଗଡା ହୋଇଥିଲା । ଶ୍ରୀତମ ରାଜାକୁ ଠେଲି ଦେଇ ଏକ ଲୁହା ରଡରେ ତାର ମୁଣ୍ଡକୁ ଆଘାତ କରିଥିଲା । ଫଳରେ ରାଜାର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇ ଯାଇଥିଲା ।ପରେ ପରେ ଶ୍ରୀତମ ରାଜାର ଅନ୍ୟ ଦୁଇ ସାଙ୍ଗକୁ ତାଙ୍କ ଘରମାନଙ୍କୁ ଛାଡିଦେଇ ନିଜେ ରକ୍ତଲଗା ଲୁଗାପଟା ଧୋଇ ଚୁପ୍ ରହିଯାଇଥିଲା ବୋଲି ପୋଲିସ ଅନୁସନ୍ଧାନରୁ ଜାଣି ରାଜାର କକାପୁଅ ଭାଇ ଶ୍ରୀତମ ଭୁଷଣ ଗୁରୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ଅଧିକ ଅନୁସନ୍ଧାନ ଜାରୀ ରଖିଛି ।

Post a Comment

Previous Post Next Post