କଣ୍ଟାବାଞ୍ଜିରେ ଚବିଶ ପ୍ରହର ନାମଯଜ୍ଞ ଉଦଯାପିତ


କଣ୍ଟାବାଞ୍ଜ,(ଆଜତକ୍ ଓଡ଼ିଶା) କଣ୍ଟାବାଞ୍ଜି ନୂଆପଡାର ରାଧାରମଣ ସଂକୀର୍ତ୍ତନ ମଣ୍ଡଳୀ ଆନୁକୂଲ୍ୟରେ ୪୧ତମ ଚବିଶ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇ ଉଦଯାପିତ ହୋଇଯାଇଛି।କରୋନା ଯୋଗୁଁ ଦୁଇବର୍ଷ ବନ୍ଦ ଥିବା ନାମଯଜ୍ଞ ଚଳିତ ବର୍ଷ ଶୁକ୍ରବାର ଠାରୁ ଆରମ୍ଭ ହୋଇ ସୋମବାର ଦିନ ନଗର କୀର୍ତ୍ତନ ସହିତ ମହାଧୂମଧାମରେ ଉଦଯାପିତ ହୋଇଛି।ଏହି ନାମଯଜ୍ଞରେ କଳାହାଣ୍ଡି, ବରଗଡ଼, ପଦ୍ମପୁର,ନୂଆପଡା,ଛତିଶଗଡ଼ ଆଦି ବିଭିନ୍ନ ଗ୍ରାମରୁ ୨୦ଗୋଟି କୀର୍ତ୍ତନ ଦଳ ଯୋଗଦେଇ ହରିନାମ ଜପ କରିଥିଲେ।ଏହି ନାମଯଜ୍ଞ କୁ ସଫଳ କରିବାରେ କମିଟିର ସଭାପତି କାଳିଆ ବେହେରା, ସଂପାଦକ ବିରଂଚି ନାରାୟଣ ଦାଶ,ଉପସଭାପତି ବିଶିକେଶନ ନାଗ,ସହସଂପାଦକ ସୁଧାଂଶୁ ପୁରୋହିତ, କୋଷାଧ୍ୟକ୍ଷ ଛେଲିଆ ସାହୁ, ସଭ୍ୟ ନିଳକଣ୍ଠ ଶତପଥୀ, ଲୋକନାଥ ନାଗ,ଵିରଂଚି ସାହୁ,ଡମ୍ବରୁ ବେହେରା, ସତ୍ୟ ନାରାୟଣ ବେହେରା, ଗଣେଶ ଷଡ଼ଙ୍ଗୀ, ଚୁଡାମଣି ବେହେରା,ଚୈତନ୍ୟ ନାଗ,ପ୍ରଦୀପ ବେହେରା, ବରୁଣ ବାରିକ,ବିଭୁତି ଭୁଷଣ ଦାଶ,ଦେବାର ବାରିକ,ରାଜେନ୍ଦ୍ର ସାହୁ,ଡଗର ବରିହା,ଭାଗ୍ୟବନ୍ତ ବାଗ,ଦିଲ୍ଲୀପ ବାରିକ,ମକୁନ୍ଦ ନାଗ,ଶ୍ରବଣ ନାଗ,ରାଧାକାନ୍ତ ନାଗଆଦି ସହଯୋଗ କରିଥିଲେ।

Post a Comment

Previous Post Next Post