ବିଜେପି ନଦୀ ସୁରକ୍ଷା ସମିତି ନମାମି ଗଙ୍ଗେ ପକ୍ଷରୁ ବେଆଇନ ପାଣି ଓ ବାଲି ହରିଲୁଟ ପ୍ରତିବାଦରେ ରାଜ୍ୟପାଳଙ୍କୁ ଦାବୀ ପତ୍ର ପ୍ରଦାନ ।


ବାଲେଶ୍ଵର (ପ୍ରଭାକର ମଲ୍ଲିକ) ବିଜେପି ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ)ବାଲେଶ୍ୱର ଜିଲ୍ଲା ପକ୍ଷରୁ ମଙ୍ଗଳବାର ବେଆଇନ ପାଣି ଓ ବାଲି ହରିଲୁଟ ପ୍ରତିବାଦରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବାଲେଶ୍ୱର ଉପଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି।

ବିଜେପି ନଦୀ ସୁରକ୍ଷା ସମିତିର କର୍ମକର୍ତ୍ତା ମାନେ ଦାବି କରିଛନ୍ତି ଯେ ଓଡିଶାରେ ବାଲି ମାଫିଆଙ୍କ ସମେତ ବିଜେଡି ସରକାରଙ୍କର ନେତା ମନ୍ତ୍ରୀ ବିଧାୟକ ମାନଙ୍କ ପ୍ରତ୍ୟକ୍ଷ ସହଯୋଗରେ ବ୍ୟାପକ ଭାବେ ରାଜ୍ୟର ସମସ୍ତ ନଦୀ ମାନଙ୍କରୁ ବେଆଇନ ଭାବେ ଖୁଲମଖୁଲା ବେଆଇନ ଭାବେ ପାଣି ଓ ବାଲି ହରିଲୁଟ ଚାଲିଛି। ବାଲି ଚୋରା ଚାଲାଣ ଚରମ ସୀମାରେ ପହଞ୍ଚିଛି। ତତସହିତ କଳକାରଖାନାର ବର୍ଜ୍ୟବସ୍ତୁ ଓ ମଇଳା ପାଣି ନଦୀକୁ ଛାଡୁଥିବାରୁ ଓଡିଶାର ସମସ୍ତ ନଦୀ ପାଣି ପ୍ରଦୂଷିତ ହୋଇ ଯାଉଛି। ନଦୀ ଅବବାହିକା ତଥା ପଠାକୁ ଜବର ଦଖଲ କରାଯିବା ଫଳରେ ନଦୀର ଗତିପଥ ସଂକୀର୍ଣ୍ଣ ହୋଇ ବନ୍ୟା ସମୟରେ ବନ୍ୟାପାଣି ନିଷ୍କାସନ ନ ହୋଇ ବିପଦ ସୃଷ୍ଟି କରୁଛି।ବାଲି ମାଫିଆ ମାନଙ୍କୁ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଓ ବିଧାୟକ ମାନେ ସୁରକ୍ଷା ଦେଉଛନ୍ତି।ଚୋରା ବାଲି କାରବାର ଧଳା ଯହର କାରବାରରେ ପରିଣତ ହୋଉଛି।

ଯାହା ଫଳରେ ବାଲି ମାଫିଆ ମାନେ ବେଳେ ବେଳ ଆତଙ୍କ ରାଜ କରିବା ସହିତ ହତ୍ୟା କରିବାକୁ ପଛାଉ ନାହାନ୍ତି ବୋଲି ବିଜେପି ନେତୃ ମଣ୍ଡଳୀ ଦାବୀ କରିଛନ୍ତି।ଆଗାମୀ ଦିନରେ ଏପରି କଳା କାରବାର ବନ୍ଦ ନ ହେଲେ ବ୍ୟାପକ ଜନ ଆନ୍ଦୋଳନର ଚେତାବନୀ ଦିଆଯାଇଛି।ଏହି କାର୍ଯ୍ୟକ୍ରମରେ ବିଜେପି ନଦୀ ସୁରକ୍ଷା ସମିତି ନମାମୀ ଗଙ୍ଗେ ରାଜ୍ୟ ସହସଂଯୋଜକ ଅଜୟ କୁମାର ସାହୁ,ଜିଲ୍ଲା ସଂଯୋଜକ ମହେନ୍ଦ୍ର ଦାସ,ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡା,ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର, ଶୁଭନା ମହାନ୍ତି,ଜିଲ୍ଲା ଉପସଭାପତି ପ୍ରଦୀପ ପଣ୍ଡା,ଜିଲ୍ଲା ସମ୍ପାଦକ ପିଙ୍କି ପ୍ରଧାନ,ଆଶିଷ ଘୋଷ,ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ରାଜେଶ ମହାପାତ୍ର,ଜିଲ୍ଲା ମିଡିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ,ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା, ନଦୀ ସୁରକ୍ଷା ସମିତି ନମାମୀ ଗଙ୍ଗେ ଜିଲ୍ଲା ସହସଂଯୋଜକ ସୁଶାନ୍ତ ବେରା, ବାସୁଦେବ ପଣ୍ଡା,ବସନ୍ତ ବାରିକ,ରାହାସ ବିହାରୀ ଦାସ,ଉତ୍ତମ କୁମାର ପିଳା,ଖିତିଶ କୁମାର ଜେନା, ବିପିନ ମାରାଣ୍ଡି, ଦେବବ୍ରତ ମିଶ୍ର ପ୍ରମୁଖ ବିଜେପି ନେତୃ ମଣ୍ଡଳୀ ଯୋଗଦେଇ ପ୍ରତିକ୍ରିୟା ରଖିଥିଲେ।

Post a Comment

Previous Post Next Post