ଖପ୍ରାଖୋଲ,(ଆଜତକ୍ ଓଡ଼ିଶା) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅଧିନ କନ୍ଦରାଭଟା ଠାରେ ଖପ୍ରାଖୋଲ ବ୍ଲକ ଗୋଣ୍ଡୱାନା ଛାତ୍ର ସଂଗଠନ(GSU) ସଭାପତି ତନ୍ତ୍ର ଧରୁଆ ଙ୍କ ସଭାପତିତ୍ୱ ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକ ସଭାରେ ମୁଖ୍ୟ ଅତିଥି ରୂପେ ଫରେଷ୍ଟର କ୍ଷୀରଧର ମାଝୀ, ସମ୍ମାନିତ ଅତିଥି ରୂପେ ବେଲପଡ଼ା ବ୍ଲକ ଶିକ୍ଷାବିତ କ୍ଷମାସାଗର ମାଝୀ, ସମ୍ମାନିତ ଅତିଥି ରୂପେ ସତ୍ୟନନ୍ଦ ଭୋଇ, ବିପ୍ର ବିଶି, ଶଶୀକାନ୍ତ ବିଶି, ଟିକେଶ୍ୱର ଧରଆ, ପୂର୍ଣ୍ଣଚନ୍ଦ୍ର ଭୋଇ, ଗୁପ୍ତେଶ୍ୱର କୁଅଁର ପ୍ରମୁଖ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଧରମ ସିଂ ଧରୁଆ ଯୋଗଦାନ କରିଥିଲେ । ଉକ୍ତ ବୈଠକରେ ଆଗାମୀ ଦିନରେ ସଂସ୍କୃତି, ପରମ୍ପରା ଶିକ୍ଷା, ରୋଜଗାର କୃଷି ଆଦି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ସମ୍ପର୍କରେ ବିଷଦ ଭାବରେ ଆଲୋଚନା କରାଯାଇଥିଲା ଏବଂ ସମସ୍ତେ ନିଜନିଜ ମତାମତ ପ୍ରଦାନ କରିଥିଲେ । ପ୍ରତ୍ୟେକ ଗାଁ ଗାଁ କୁ ଯାଇ ଆଦିବାସୀ ସଂସ୍କୃତି ସମ୍ପର୍କରେ ଆଲୋଚନା କରିବା ସହ GSU ସଂଗଠନ କୁ ମଜଭୁତ କରିବା ପାଇଁ ସମସ୍ତେ ମତାମତ ଦେବା ସହ ଆଗାମୀ ଜୁନ ୨୪ ରେ ହେବାକୁ ଥିବା ରାନୀ ଦୁର୍ଗାବତୀ ବଳିଦାନ ଦିବସ କୁ ତେଲେନପାଲି ଠାରେ ପାଳନ କରିବା ପାଇଁ ସମସ୍ତେ ନିଷ୍ପତ୍ତି ନିଆଯାଇଥିଲା । ପାହାନ୍ଦୀ ପାରିକୁପାର ଲିଙ୍ଗୋ ଙ୍କ ଗୋଟୁଲ ଶିକ୍ଷା କେନ୍ଦ୍ର କୁ ପୁଣି ଥରେ ପୁନଃ ସ୍ଥାପିତ କରିବା ପାଇଁ ଚାଉଳବାଞ୍ଜି, ପୁଟକେଲଚୁଁଆଁ ଓ ତେଲନପାଲି ଠାରେ ବୁଢ଼ାଦେଓ ଲାଇବ୍ରେରି ଖୋଲିବା ପାଇଁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ଅନେକ ସାମାଜିକ, ଆର୍ଥିକ ଓ ସାଂସ୍କୃତିକ ସମସ୍ୟା ଉପରେ ଆଲୋଚନା କରିବା ସହ ଆଗାମୀ ଦିନ ମାନଙ୍କରେ ଗୋଁଣ୍ଡ ସଂସ୍କୃତି, ପରମ୍ପରା ରୀତିନୀତି ମହାପୁରୁଷ ମାନଙ୍କର ବିଚାରଧାରା କୁ ଆଗକୁ ନେବା ପାଇଁ GSU ପ୍ରଚାର ସଚିବ ଶଶିକାନ୍ତ ଧରୁଆ, ସଭ୍ୟ କ୍ଷୀରଧର ମାଝୀ, ସୁବାଷ ଧରୁଆ, ଲବ ଧରୁଆ, ନିରୁପମା କୁଅଁର, ଇଶ୍ୱର ଭୁଏ ପ୍ରମୁଖ ଉପସ୍ଥିତ ଥିବା ବେଳେ ଶେଷରେ ଟିକେଶ୍ୱର ଧରୁଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିବା ବେଳେ ଗୋଲାପ ବିଶି ସଭା ପରିଚାଳନା ଦାୟିତ୍ୱ କରିଥିଲେ ।
ଗୋଣ୍ଡୱାନା ଛାତ୍ର ସଂଗଠନ(GSU)ଦ୍ୱିତୀୟ ବୈଠକ ଅନୁଷ୍ଠିତ
ଆଜତକ ଓଡ଼ିଶା
0
Post a Comment