ତୁଷୁରା ଦେଇ ଦିଲ୍ଲୀ ଚାଲାଣ ସମୟରେ ; ୬୧ କେଜି ଗଞ୍ଜେଇ ସହ ୨ ଗିରଫ


ଗୁଡଭେଲା,(ଆଜତକ୍ ଓଡ଼ିଶା) : ଗଞ୍ଜେଇ ଚୋରା ଚାଲାଣ ବେଳେ ବଲାଙ୍ଗୀର ଜିଲ୍ଲା ତୁଷୁରା ପୁଲିସ ଚଢ଼ଉ କରି ୬୧ କେ.ଜି ଗଞେଇ ଜବତ କରିବା ସହ ୨ ଜଣକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଦିଲ୍ଲୀ ତିଲକ ନଗର ଅଞ୍ଚଳର କରନ ବର୍ମା (୨୪) ଓ ରାହୁଲ ତିୱାରୀ( ୨୩) । ସୂଚନା ଯୋଗ୍ୟେ, ତୁଷୁରା ପୁଲିସ ଗୁଡଭେଲା ତୁଷୁରା ରାସ୍ତା ପାଟ୍ରୋଲିଙ୍ଗ କରୁଥିବା ବେଳେ ଧାନଘରା, କପସିଲା ରାସ୍ତା ଦେଇ ଏକ ଧଲା ରଙ୍ଗର ଚାରିଚକିଆ କାରକୁ ଅଟକାଇ ଯାଞ୍ଚ କରି ଥିଲା। ଯାଞ୍ଚ ପରେ ସେହି ଗାଡିରେ ଗଞେଇ ଥିବା ଦେଖବାକୁ ପାଇଥିଲା। ପରେ ଉକ୍ତ ଯୁବକ ମାନଙ୍କୁ ଗିରଫ କରି ତୁଷୁରା ତହସିଲଦାର ରବିନ୍ଦ୍ର କୁମାର ପଟେଲଙ୍କ ଉପସ୍ଥିତିରେ ଗଞେଇକୁ ଓଜନ କରାଯାଇଥିଲା। ଏହି ଗଞେଇ ବେପାରୀ ମାନେ କନ୍ଧମାଲରୁ ତୁଷୁରା ଦେଇ ଦିଲ୍ଲୀକୁ ନେଇ ଯାଉଥିବା ପୁଲିସ ଆଗରେ ପ୍ରକାଶ କରିଛନ୍ତି ।ଏହା ସହ ସେହି କାରରେ ଲାଗିଥିବା ନମ୍ବର ପ୍ଳେଟ ମଧ୍ୟ ପରିବର୍ତ୍ତନ କରି ଓଡିଶା ଏକ ନମ୍ବର ପ୍ଳେଟ ଲଗାଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ ତୁଷୁରା ଦେଇ ପ୍ରତ୍ୟେକ ଦିନ ରାଜ୍ୟ ବାହରକୁ ଗଞେଇ ଚୋରା ଚାଲାଣ କରାଯାଉଥିବା ବେଳେ ଅବକାରୀ ବିଭାଗ ହାତ ଖାଲି ରହୁଥିବା ଦେଖିବାକୁ ମିଲୁଥିବା ବେଳେ ପୁଲିସ ଉକ୍ତ ବେପାରୀ ମାନଙ୍କୁ ଧରିବାରେ ସଫଳ ହେଉଛି। ଏହି ଚଢଉରେ ତୁଷୁରା ଥାନା ଅଧିକାରୀ ସଂଜୀବ ପ୍ରଧାନ, ଏସ ଆଇ‌ ଆଲୋକ ପ୍ରସାଦ ଭୋଇ, ଏଏସଆଇ ଯୋଗେଶ୍ୱର ଧରୁଆ, ଏଏସଆଇ ଜ୍ୟୋସ୍ନା ରାଣୀ ମହାନନ୍ଦ, କନଷ୍ଟେବଳ ଜୟଦେବ ସାହୁ, ମଙ୍ଗଳା ମାଡକାମୀ ଓ ଅନନ୍ତ ସାହୁ ସାମିଲ ଥିଲେ।

Post a Comment

Previous Post Next Post