ଏପରି ଏକ କାର୍ଯ୍ୟକଳାପ ଦେଖିବାକୁ ମିଳିଛି ସୋମବାର ସକାଳେ ବାଲିଆପାଳ ବ୍ଲକ ଜନଗହଳି ପୁର୍ଣ୍ଣ ସିମୁଳିଆ ବଜାରରେ।ସିମୁଳିଆ ବଜାରକୁ କିଛି ଜିନିଷ କ୍ରୟ କରିବାକୁ ଆସିଥିଲେ ବସ୍ତା ବ୍ଲକ ପୁଟୁରା ପଞ୍ଚାୟତର ସରପଞ୍ଚ ରାଧାକୃଷ୍ଣ ବେହେର।ସିମୁଳିଆ ବଜାର ମାଛ ମାର୍କେଟ ରାସ୍ତାରେ ଏକ ମନିପର୍ସ ପଡିଥିବାର ଦେଖି ଉଠାଇ ସେଥିରେ ଥିବା ଏକ ସ୍କୁଟିର ରେଜିଷ୍ଟ୍ରେସନ ସ୍ମାର୍ଟ କାର୍ଡରୁ ଜାଣିଲେ ଯେ ଏହା ରମା ପ୍ରସାଦ ମାଇତିର।ଏ ବିଷୟରେ ରାଧାକୃଷ୍ଣ ବାଲିଆପାଳର ସାମ୍ବାଦିକ ଅଜୟ କୁମାର ସାହିଙ୍କୁ ଜଣାଇଥିଲେ।ଅଜୟ କୁମାର ସାହୁ ଉକ୍ତ ଲୋକଙ୍କୁ ଖୋଜି ବାହାର କରି ତାଙ୍କ ମନିପର୍ସ ଆସି ନେବାକୁ କହିଥିଲେ।ରମା ପ୍ରସାଦ ବ୍ଲକ ଛକକୁ ଆସି ସାମ୍ବାଦିକ ଅଜୟ କୁମାର ସାହୁ,ଅଧ୍ୟାପକ ସୁକାନ୍ତ ଗିରି,ବରିଷ୍ଠ ନାଗରିକ ଗୌରହରି ଜେନାଙ୍କ ଉପସ୍ଥିତିରେ ସରପଞ୍ଚ ରାଧାକୃଷ୍ଣ ବେହେରାଙ୍କ ଠାରୁ ମନିପର୍ସ ନେଇଥିଲେ।ସେଥିରେ ନଗଦ ଟଙ୍କା,ଏଟିମ କାର୍ଡ,ଆଧାର କାର୍ଡ,ଗାଡି ରେଜିଷ୍ଟ୍ରେସନ ସ୍ମାର୍ଟ କାର୍ଡ ସହିତ ଅନ୍ୟାନ୍ୟ ଜରୁରୀ କାଗଜ ପତ୍ର ଥିଲା।ରମା ପ୍ରସାଦ ନିଜର ମନି ପର୍ସ ପାଇ ସରପଞ୍ଚ ରାଧାକୃଷ୍ଣ ବେହେରାଙ୍କୁ ଅନ୍ତରରୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ।ରାଧାକୃଷ୍ଣ ଙ୍କ ଏପରି କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ବେଶ ପ୍ରଶଂସା କରାଯାଇଛି।
ପୁଟୁରା ସରପଞ୍ଚଙ୍କ ମହାନତା: ସିମୁଳିଆ ବଜ଼ାର ରାସ୍ତା କଡରୁ ମନିପର୍ସ ପାଇ ଫେରାଇଲେ
ଆଜତକ ଓଡ଼ିଶା
0
Post a Comment