ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଙ୍କ ପରଲୋକ : ସ୍ଥାନୀୟ ଅଂଚଳରେ ଶୋକର ଛାୟା


ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ରାମଗଡ ପଂଚାୟତ କୋଡାପଡା ଗ୍ରାମର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସହଦେଵ ସାହୁଙ୍କ ଗତକାଲି ପରଲୋକ ହୋଇଛନ୍ତି!ତାଙ୍କ ବିୟୋଗ ରେ ସାହୁ ପରିବାର ସହିତ ପଂଚାୟତ ବାସି ଙ୍କ ମନରେ ଶୋକର ଛାୟା ଖେଳିଯାଇଛି!ଶ୍ରୀ ସାହୁ ଶିକ୍ଷକତା କରିବା ସହିତ ଜଣେ ଜଣା ଶୁଣା ସମାଜ ସେବୀ, ମିଷ୍ଟା ଭାସି, ପରୋପକାରୀ, ଛାତ୍ର ବତ୍ସଳ ଶିକ୍ଷକ ଥିଲେ!ସେ ପ୍ରଥମେ ହରଭଙ୍ଗା ବ୍ଲକ କରଞ୍ଜ କଟା ଏମ ଇ. ସ୍କୁଲ ରେ ପ୍ରଧାନ ଶିକ୍ଷକ ଭାବେ ଓ ତାପରେ ରାମଗଡ ଏମ. ଇ. ସ୍କୁଲରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ!ସେ ଶିକ୍ଷକତା ସମୟରେ ସଦାସର୍ବଦା ଅନୁଷ୍ଠାନ ର ଉନ୍ନତି ଓ ଉତ୍ତମ ଛାତ୍ର ଗଡିବାକୁ ଚେଷ୍ଟିତ ଥିଲେ!ଗତ କାଲି ତାଙ୍କ ଦେହ ଅସୁସ୍ଥ ହୋଇପଡିବାରୁ ବଡ଼ ପୁତ୍ର ସନ୍ତୋଷ କୁମାର ସାହୁ ଓ ପୁତ୍ର ବଧୂ ତାଙ୍କୁ ବୁର୍ଲା ବୀର ସୁରେନ୍ଦ୍ର ସାଏ ବଡ଼ ମେଡିକାଲ ରେ ଭର୍ତ୍ତି କରାଇ ଥିଲେ!ସେଠାରେ ଚିକିତ୍ସା ଧୀନ ଏବସ୍ଥା ରେ ସେ ପରଲୋକ ହୋଇଥିଲେ!ତାଙ୍କ ମରଶରୀର କୁ ସପରିବାର ସହିତ ପୂତ୍ର ସନ୍ତୋଷ ସାହୁ ଗାଁ ସ୍ମଶାନ ରେ ମୁଖାଗ୍ନି ଦେଇ ଶାସକୃତ୍ୟ କରିଥିଲେ!

Post a Comment

Previous Post Next Post