ଗଲେଶ୍ୱରକୁ ହରାଇ ବାଲିଆପାଳ ଚମ୍ପିୟାନ।
ବାଲେଶ୍ବର,(ପ୍ରଭାକର ମଲ୍ଲିକ) ବସ୍ତା ବ୍ଲକ ଅନ୍ତର୍ଗତ ପୁଟୁରା ପଞ୍ଚାୟତର ତେନ୍ତୁଳା ଚଣ୍ଡୀମାତା କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଉଦଯାପିତ ହୋଇଯାଇଛି। ଗତ ୧୯ ତାରିଖରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ବାଲିଆପାଳ କ୍ରିକେଟ ଟିମ ଓ ଲଂଗଳେଶ୍ୱର କ୍ରିକେଟ ଟିମ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା।ବାଲିଆପାଳ କ୍ରିକେଟ ଟିମ ଟସ ଜିଣି ନିର୍ଧାରିତ ୨୦ ଓଭର ମଧ୍ୟରୁ ୧୪ ଓଭରେ ସମସ୍ତ ଉଇକେଟ ହରାଇ ୧୧୮ ରନ କରିବାକୁ ସକ୍ଷମ ହୋଇଥିଲେ।ଜବାବରେ ଲଂଗଳେଶ୍ୱର କ୍ରିକେଟ ଟିମ ନିର୍ଦ୍ଧାରିତ ୨୦ ରନ ମଧ୍ୟରୁ ୧୦ ଓଭରରେ ସମସ୍ତ ଉଇକେଟ ହରାଇ ୩୮ ରନ କରିଥିଲେ।
ସମାଜସେବୀ ସୁଦର୍ଶନ ଜେନାଙ୍କ ସଭାପତିତ୍ୱରେ ଖେଳ ଉଦ୍ଯାପନ ପରେ ପୁରସ୍କାର ବିତରଣ ଉତ୍ସବରେ ବିଶିଷ୍ଟ ସମାଜସେବୀ ତଥା ବରିଷ୍ଠ ସାମ୍ବାଦିକ ଅଜୟ କୁମାରୀ ସାହୁ ମୁଖ୍ୟଅତିଥି ଭାବରେ ଯୋଗଦେଇ ବିଜେତା ଓ ରନର୍ସପ ଟିମକୁ ପୁରସ୍କାର ଓ ଟ୍ରଫି ପ୍ରଦାନ କରିଥିଲେ।ସମ୍ମାନୀତ ଅତିଥି ଭାବରେ ପୁଟୁରା ପଞ୍ଚାୟତ ସରପଞ୍ଚ ରାଧାକୃଷ୍ଣ ବେହେରା,ସମାଜସେବୀ ବାସୁଦେବ ପଣ୍ଡା,ରାମଚନ୍ଦ୍ର ରାଉତ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଅଭିଜିତ ଜେନା ଓ ବିପିନ ଦତ୍ତ ଖେଳପରିଚାଳନା କରିଥିବା ବେଳେ,ସ୍କୋରର ଭାବେ ସୁଦାମ ପ୍ରଧାନ,ଆଲୋକ ଜେନା ଓ ଭାଷ୍ୟକାର ଭାବେ ସିଧ୍ୟେଶ୍ୱର ନାୟକ ଓ ସୁଧାକର ଜେନା କାର୍ଯ୍ୟ ତୁଲାଇଥିଲେ।
ତେନ୍ତୁଳା ଚଣ୍ଡୀମାତା କ୍ରିକେଟ କ୍ଲବର ରାଜେନ୍ଦ୍ର ଜେନା,ଦେବେନ୍ଦ୍ର ଦତ୍ତ,ଅଙ୍କିତ ଜେନା,ରାକେଶ ଜେନା,ଅରୁଣ ପ୍ରଧାନ,ଶିବାଜୀ ଜେନା , ,ବାବାଜୀ ଜେନା,ପରେଶ ଜେନା,ସିପୁନ ଦତ୍ତ,ଶମ୍ଭୁନାଥ ଜେନା ,ଜିତେନ୍ଦ୍ର ଜେନା,ସୁଜୟ ଜେନ, ଜେନା,କରୁଣାକର ଜେନା ,କିରଣ ଜେନା ,ରାଜେଶ ଜେନା ପ୍ରମୁଖଙ୍କ ପୁର୍ଣ୍ଣ ସହଯୋଗରେ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା।
Post a Comment