ବୌଦ୍ଧ ଚାଇଲଡ ଲାଇନ ଦ୍ୱାରା ଅସହାୟ ୩ଶିଶୁ ସମେତ ମା କୁ ଉଦ୍ଧାର


ବୌଦ୍ଧ,(ସୁଶାନ୍ତ କୁମାର ବେହେରା).ବୌଦ୍ଧ ବ୍ଲକ ର ରୁଗୁଡ଼ିଗୁଡା ଗ୍ରାମ, ଖଲିଆପାଲି ପଂଚାୟତ ରୁ ୯ ମାସ ଧରି ଅବହେଳା ଅବସ୍ଥା ରେ ବୁଲୁଥିବା ୩ଶିଶୁ ଓ ମା ଙ୍କୁ ଚାଇଲଡଲାଇନ ସେହି ଗ୍ରାମ ର ଲୋକମାନଙ୍କ ଜରିଆରେ ଉଦ୍ଧାର କରିଛି! ଉଦ୍ଧାର ପରେ ଜଣା ପଡିଛି ଶିଶୁ ମାନଙ୍କ ର ପିତା ଙ୍କର ନିଖୋଜ ପରେ ଏହି ଶିଶୁ ମାନେ ଅବହେଳିତ ଅବସ୍ଥା ରେ ବୁଲୁଥିବା ବେଳେ ଗ୍ରାମ ରସହୃଦୟ ବ୍ୟକ୍ତି କେହିଜଣେ ଚାଇଲଡଲାଇନ କୁ ଖବର ଦେଇଥିଲେ! ସଙ୍ଗେ ସଙ୍ଗେ ଚାଇଲଡଲାଇନ ଖବର ପାଇ ଶିଶୁ ମାନଙ୍କ ସହ ମା ଙ୍କୁ ଉଦ୍ଧାର କରି କିଛି ଦିନ ପାଇଁ ବୌଦ୍ଧ "ଆଶ୍ରୟ "ସ୍ଥଳୀ ରେ ରଖେଇଛନ୍ତି। ଯଥା ଶୀଘ୍ର ପରେ ଶିଶୁ ମଙ୍ଗଳ ସମିତିରେ ସେମାନଙ୍କୁ ହାଜର କରାଇ ପରବର୍ତୀ ଥଇଥାନ ପାଇଁ ବ୍ୟବସ୍ଥା କରାଯିବ ବୋଲି ଚାଇଲଡ ଲାଇନ ବୌଦ୍ଧ ପକ୍ଷରୁ ରୁ ଜଣା ପଡିଛି ।

Post a Comment

Previous Post Next Post