ଅର୍ଣ୍ଣପୁର୍ଣ୍ଣା କପଡା ଦୋକାନ ରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରି ନଷ୍ଟ


ସୁବର୍ଣ୍ଣପୁର(ଗଣପତିବାଘ)ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ବଡବଜାର ଗଙ୍ଗାଧରମେହେର ଛକ ନିକଟରେ ଥିବା ଏକ କପଡା ଦୋକାନରେ ଅଗ୍ନିକାଣ୍ଡା । ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର କପଡା ଜଳି ପୋଡି ନଷ୍ଟ ହୋଇଯାଇଛି ।ଆଜି ଦିନ ଦ୍ବିପହରେ କୌଣସି କାରଣରୁ ଗଙ୍ଗାଧରମେହେର ଛକ ନିକଟରେ ଥିବା ଅନ୍ନପୂର୍ଣ୍ଣା କ୍ଲଥ ଷ୍ଟୋରରେ ନିଆଁ ଲାଗିଯାଇଥିବା ବେଳେ ଏହା ଏକ କପଡା ଦୋକାନ ହୋଇଥିବାରୁ ଲକ୍ଷାଧିକ ଟଙ୍କାର କପଡା, ଆସବାବ ପତ୍ର ପୋଡି ନଷ୍ଟ ହୋଇଯାଇଛି ।ସଦର ଦମକଳବାହିନୀ ଖବର ପାଇ ତୁରନ୍ତ ତିନୋଟି ଗାଡି ନେଇ ଘଟଣାସ୍ଥଳରେ ପହଂଚି ନିଆଁ ଲିଭାଇବାରେ ଲାଗିଥିବା ବେଳେ ଶହ ଶହ ଲୋକ ଭିଡ ଜମିଥିବା ଦେଖାଯାଇଛି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବା ବେଳେ ଶର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଧେହ କରାଯାଇଛି ।


Post a Comment

Previous Post Next Post