ସହରରେ ପାଗଳ ଷଣ୍ଢର ଦୌରାତ୍ମ୍ୟ


ସୁବର୍ଣ୍ଣପୁର(ଗଣପତିବାଘ)ସୁବର୍ଣ୍ଣପୁର ସହରରେ ପାଗଳ ଷଣ୍ଢର ଆତଙ୍କ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଖାପାଖି ଅଞ୍ଚଳରେ ପ୍ରାୟ ୧୨-୧୪ ଜଣଙ୍କୁ ଷଣ୍ଢଟି ଆକ୍ରମଣ କରିଛି। କିଛି ସ୍ଥାନୀୟ ଯୁବକ ଷଣ୍ଢକୁ ଘଉଡାଉଥିବା ବେଳେ ବସଷ୍ଟାଣ୍ଡକୁ ଚାଲିଆସି ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ ପାଇଁ ଗୋଡାଇଥିଲା, ହେଲେ ସେ ଅଳ୍ପକେ ବାର୍ତ୍ତିଯାଇଛନ୍ତି। ସ୍ଥାନୀୟ ଯୁବକମାନଙ୍କ ସୂଚନାନୁସାରେ କିଛି ଦିନ ତଳେ ଷଣ୍ଢକୁ ଏକ ବୁଲା କୁକୁର କମୁଡ଼ିଛି, ଷଣ୍ଢର ମୁହଁରୁ ଅନବରତ ଫେଣ ବାହାରୁଛି, ମଣିଷ, ଗାଈଗୋରୁ ସମସ୍ତଙ୍କୁ ଆକ୍ରମଣ କରୁଛି। ଏ ଦିଗରେ ସହରବାସୀ ସଜାଗ ରହିବାକୁ ଅନୁରୋଧ। ସ୍ଥାନୀୟ ପ୍ରଶାସନ ଓ ପୌର ପରିଷଦ ଷଣ୍ଢକୁ ଆୟତ୍ତ କରିବା ଦିଗରେ ପଦକ୍ଷେପ ନେବା ଜରୁରୀ ହୋଇପଡିଛି।

Post a Comment

Previous Post Next Post