କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) ତୁରେକେଲା ବ୍ଲକ ଅନ୍ତର୍ଗତ ଚଟୁଅନକା ଗ୍ରାମରେ ପ୍ରଥମବର୍ଷ ଦୁଇ ଦିନ ତା.୫ ଓ ୬ ରିଖ ଧରି ମାଁ ଗହଟେନ୍ ବୁଢ଼ୀ ଫ୍ଳଡ ଲାଇଟ୍ ଦୁଇ ଦିନିଆ ନାଇଟ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ସି-ଷ୍ଟାର କ୍ରିକେଟ ଟିମ ଚଟୁଅନକା ଦ୍ୱାରା ଆୟୋଜିତ ପ୍ରଥମ ବର୍ଷ ଟୁର୍ଣାମେଣ୍ଟରେ ୧୬ ଗୋଟି ଦଳ ଯୋଗଦେଇଥିଲେ।
ଉଦଘାଟନୀ ଉତ୍ସବରେ ଗିରିରାଜ୍ ମାଝୀ ମୁଖ୍ୟ ଅତିଥି ଓ ରାଜେଶ ଆନ୍ୟା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।ମାଁ ଗହଟେନ୍ ବୁଢ଼ୀ ଙ୍କୁ ପୂଜା ପାଠ କରି ଟୁର୍ଣ୍ଣାମେଣ୍ଟକୁ ଆରମ୍ଭ କରିଥିଲେ। ତୁରେକେଲା ଦଳ ଓ ବାହାବାଲ ଦଳ ମଧ୍ୟରେ ଫାଇନାଲ ଖେଳ ହୋଇଥିବା ବେଳେ ବାହାବାଲ ଦଳ ବିଜୟୀ ହୋଇଥିଲେ।ବିଜୟୀ ଦଳକୁ ୨୦ ହଜାର ଟଙ୍କା ଓ ଟ୍ରଫି ଏବଂ ଅନ୍ୟ ଦଳକୁ ୧୩ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା। ବାହାବଲ ଦଳର ଅଜୁ ଦେହେରି ଙ୍କୁ ମେନ ଅଫଦି ମେଚ ଓ ତୁରେକେଲାର ମାନସକୁ ବେଷ୍ଟ ବୋଲର ପ୍ରଦାନ କରାଯାଇଥିଲା। ଏହି ଟୁର୍ଣ୍ଣାମେଣ୍ଟ କୁ ସି-ଷ୍ଟାର ଟିମ୍ ଓ ଖେଳପ୍ରମୀମାନେ ବିଶେଷ ସହଯୋଗ କରିଥିଲେ।
Post a Comment