ମନରେଗା ଯୋଜନାରେ ମହାଲୁଟ,ମିଥ୍ୟା ବିଲ୍ ଉଠାଇବା ନେଇ ଗ୍ରାମବାସୀ ଜିଲ୍ଲାପାଳ ଙ୍କୁ ଦେଲେ ଦାବିପତ୍ର।


ବୌଦ୍ଧ : (ସୁଶାନ୍ତ କୁମାର ବେହେରା)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସଦର ଗ୍ରାମ ପଞ୍ଚାୟତର ସର୍ଗିପାଲି ଗ୍ରାମ ଠାରୁ ବନ୍ଧପାଲି ଗ୍ରାମ ପର୍ଯ୍ୟନ୍ତ ମନରେଗା ଯୋଜନାରେ ରାସ୍ତା କାମ ନ ହୋଇ ଲକ୍ଷାଧିକ ଟଙ୍କାର ମିଥ୍ୟା ବିଲ୍ ହୋଇଥିବା ସମ୍ପର୍କରେ ଆଜି ଗ୍ରାମବାସୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଆଜି ବହୁ ସଂଖ୍ୟାରେ ସର୍ଗିପାଲି ଗ୍ରାମବାସୀ ବୌଦ୍ଧ ଆସି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ଉକ୍ତ ରାସ୍ତା କାମ ହେଉଥିବା ଗ୍ରାମବାସୀଙ୍କ ନିକଟରେ କୌଣସି ସୁଚନା ନାହିଁ । ବଡ ଛପାପାଲି ଗ୍ରାମର କିଛି ଶ୍ରମିକଙ୍କ ନାମରେ ମିଥ୍ୟା ମାଷ୍ଟର୍ ରୋଲ କରି ଗ୍ରାମ ପଞ୍ଚାୟତର ଜି. ଆର. ଏସ., କନିଷ୍ଠ ଯନ୍ତ୍ରୀ ଓ ଦାୟିତ୍ବରେ ଥିବା ଅଧିକାରୀ ମାନେ ମିଶି ମାଟି, ମୋରମ ମୁଠାଏ କିମ୍ବା ଗୋଟିଏ ମଧ୍ୟ ମେଟାଲ ନ ପକାଇ ଲକ୍ଷାଧିକ ଟଙ୍କାର ବିଲ୍ ହଡ଼ପ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ଯେ ପ୍ରଶାସନର ଛତ୍ର ଛାୟା ତଳେ ଥାଇ ବାବୁ ମାନେ ଏପରି ହରି ଲୁଟ କରିଛନ୍ତି ଯେ ଭୋଗ ଖାଇବା ସଙ୍ଗେ ସଙ୍ଗେ ଖଟୁଲି ମଧ୍ୟ ଖାଇଛନ୍ତି।ସବୁ ବେଳେ ଚର୍ଚ୍ଚାରେ ରହି ଆସୁଥିବା କଣ୍ଟାମାଳ ବ୍ଲକ ମନରେଗା ଯୋଜନାର ହରିଲୁଟ କରିବାରେ ଏକ ନମ୍ୱର।ଉପରିସ୍ଥ ଅଧିକାରୀ ମାନେ କିଛି ହାତ ଗୁଞ୍ଜ ପାଇବା ପରେ ଆଖି ଥାଇ ମଧ୍ୟ ଅନ୍ଧ ପରିକା ଅଭିନୟ କରୁଥିବା ପ୍ରକାଶ।ଗ୍ରାମ ବାସୀଙ୍କ ଠାରୁ ଅଭିଯୋଗ ପାଇବା ପରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଅଶ୍ୱିନୀ ମେହେରଙ୍କୁ ଦଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ସୁଚନା ମିଳିଛି ।ଏହି ହରି ଲୁଟ ର ପରଦା ଫାସ ହେଉଛି ନା କଥାରେ ରହିଯିବ ନିର୍ଦ୍ଧେଶ ତାହା ଦେଖିବାକୁ ବାକି ରହିଲା।କଥାରେ ଅଛି ନିଜ ମାଁ ଯଦି ଟଢେଇ ହୋଇ ନିଜ ପିଲା ଛୁଆକୁ ଶୋଷଣ କଳା ସେ ଘର ଯେମିତି ଧ୍ଵଂସ ହୋଇଯାଏ ଠିକ୍ ସେହିପରି ଏହି ସରକାରୀ ବାବୁ ମାନେ ଶୋଷଣ କରି କଣ୍ଟାମାଳ ବ୍ଲକ ବିକ୍ରି କରିଦେବାକୁ ପଛେଇବେ ନାହିଁ ବୋଲି ଚର୍ଚ୍ଚା ହେଇଛି।

Post a Comment

Previous Post Next Post