ସୁବର୍ଣ୍ଣପୁର(ଗଣପତି ବାଘ) ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ବାଉଁସୁଣି କେନାଲ ରୋଡ଼ ର ସାହାଜବାହାଲ ଛକ ଠାରେ ଭୁଜାଲି ଦେଖାଇ ଜଣେ ବ୍ୟକ୍ତି ଙ୍କ ଠାରୁ ଡକାୟତି ହୋଇଥିବା ଅଭିଯୋଗ ହୋଇଛି । ବ୍ୟକ୍ତି ଜଣକ ହେଲେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅର୍ନ୍ତଗତ ତାଲପଦର ଗ୍ରାମର ଯୋଗେଶ୍ୱର କର୍ମୀ ବୋଲି ଜଣାପଡିଛି।ଯୋଗେଶ୍ୱର ଆଜି ନିଜ ମାମୁଁ ଝିଅ ବାହାଘର କୁ ବିନିକା ବାଞ୍ଜିପାଲି କୁ ଆସିଥିଲେ । ବାହାଘର କାମସାରି ନିଜ ଘରକୁ ଫେରୁଥିବା ବେଳେ ସାହାଜବାହାଲ ଛକ ନିକଟରେ କେହି ଦୃର୍ବୁତ ତାଙ୍କୁ ଭୁଜାଲି ରେ ଆକ୍ରମଣ କରିଥିଲା । ଫଳରେ ଯୋଗେଶ୍ୱର ଙ୍କ ହାତରେ ଆଘାତ ଲାଗିବା ଫଳରେ ସେ ତଳେ ପଡି ଯାଇଥିଲେ । ଦୁର୍ବୁତ୍ତ ଜଣକ ଯୋଗେଶ୍ୱର ପଡିଯାଇଥିବା ଦେଖି ତାଙ୍କ ପକେଟ ରୁ ୧୩୦୦ଟଙ୍କା ନେଇ ଛୁ ମାରିଥିଲା । କିଛି ସ୍ଥାନୀୟ ଲୋକ ଯୋଗେଶ୍ୱର ଙ୍କୁ ପଡ଼ିଥିବା ଦେଖି ଉଦ୍ଧାର କରିବା ସହିତ ମହାଦେବ ପାଲି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହେବା ସହ ବିନିକା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ବିନିକା ବ୍ଲକ ବାଉଁଶୁଣି କେନାଲ ରୋଡରେ ଡକାୟତି
ଆଜତକ ଓଡ଼ିଶା
0
Post a Comment