ବୌଦ୍ଧ,(ସୁଶାନ୍ତ କୁମାର ବେହେରା) (ବୁଧୁବାର )ପଲ୍ଲିଶ୍ରୀ ଏବଂ ପୁସ୍ତକ ମେଳା ର ଶେଷ ଦିନର ସାନ୍ଧ୍ୟ କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ, ଖଣି, ଇସ୍ପାତ ଏବଂ ପୂର୍ତ୍ତ ବିଭାଗ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ, ସମ୍ମାନିତ ଅତିଥି ଭାବେ ଜ଼ିଲ୍ଲା ଶିକ୍ଷା ଅଧିକାରୀ ଡ଼. ଉଦୟନାଥ ମାଝୀ, ଉପାଧ୍ୟକ୍ଷ, ଜ଼ିଲ୍ଲା ପରିଷଦ, ଶ୍ରୀଯୁକ୍ତ ଶଙ୍କର୍ଷଣ ପ୍ରଧାନ, ଉପମୁଖ୍ୟ ଯନ୍ତ୍ରୀ, ବଲାଙ୍ଗୀର, ଖୋର୍ଦ୍ଧା ରୋଡ ରେଲୱେ ଲିଙ୍କ ପ୍ରୋଜେକ୍ଟ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ମହାନ୍ତି, ସଭାପତି ଭାବେ ଜ଼ିଲ୍ଲାପାଳ ତଥା ଅଧ୍ୟକ୍ଷ, ଜ଼ିଲ୍ଲା ସଂସ୍କୃତି ପରିଷଦ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର ଯୋଗ ଦେଇଥିଲେ । ଶ୍ରୀଯୁକ୍ତ ପ୍ରମୋଦ କୁମାର ପ୍ରଧାନ, ସହକାରୀ ଶିକ୍ଷକ ସ୍ୱାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ ପୂର୍ବକ ସଭା ସଂଯୋଜନା କରିଥିଲେ ଓ ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଶୁକୃ ସ୍ୱାଇଁ ଧନ୍ୟବାଦ ପ୍ରଦାନ କରିଥିଲେ । ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ ରେ ବାବା ଗୁପ୍ତେଶ୍ୱର ଦଣ୍ଡ ନୃତ୍ୟ ଓ ଗବେଷଣା କେନ୍ଦ୍ର, ମର୍ଜାକୁଦ -ପତର ସଉରା, ସଂକୀର୍ତନ, ମର୍ଜାକୁଦ, କଳାଞ୍ଜଳି -ଚଢ଼ୟା ଚଢିୟାଣି, ମଙ୍ଗଳ ମହୁରୀ (ମାଲେଶ୍ରୀ ବାଦ୍ୟ )ସହ ପୂଜାର୍ଚନା ଓ ମଙ୍ଗଳ ଆଳତୀ,ଶ୍ରୀ ବାବା ବୈଦ୍ୟନାଥ ନାଟ୍ୟ କଳା ପରିଷଦ, ସରସରା, ଶ୍ରୀରାମ ଲୀଳା ଯାତ୍ରା, ସୀତା ଚୋରି, ଅନିତା ରାଜଗୁରୁ, ଅନୁଗୁଳ -ଶିବ ତାଣ୍ଡବ, ମା ରୁଦ୍ର ଭୈରବୀ କ୍ଲବ, ବୌଦ୍ଧ -ଆଦିବାସୀ ଲୋକ ନୃତ୍ୟ, ଆକୃତି, ବୌଦ୍ଧ, ଭାରତୀୟ ଲୋକ ନୃତ୍ୟ, ରଙ୍ଗ ଫରୁଆ, ସମ୍ବଲପୁର,-ଧାପ, ଲୋକ ନୃତ୍ୟ, ସୁରୁ ଭୁଙ୍ଗୁ, ରେଢ଼ାଖୋଲ -ଚୁଟକୁ ଚୁୁଟା ଲୋକ ନୃତ୍ୟ, ସୃଷ୍ଟି ଡାନ୍ସ, ବୌଦ୍ଧ -ଲୋକ ନୃତ୍ୟ, ଆଠମଲ୍ଲିକ, ଅନୁଗୁଳ ର ଦଣ୍ଡ ନୃତ୍ୟ, ତ୍ରିଶୂଳ ଏଣ୍ଡ ଗ୍ରୁପ -ମେଳଡି ପରିବେଷଣ କରିଥିଲେ । ପରେ ପରେ କଳାକାର, ସଂଯୋଜକ, ଅଧିକାରୀ, କର୍ମଚାରୀ, ରାମ ଲୀଳା ର କଳାକାର, ସାହିତ୍ୟିକ ପ୍ରମୁଖ ଙ୍କୁ ସମ୍ବର୍ଦ୍ଧିଙ୍କ କରା ଯାଇଥିଲା । ପରେ ଶ୍ରୀରାମ, ଲକ୍ଷ୍ଣଣ ଏବଂ ସୀତାଙ୍କ ରଥ କଚେରୀ ପଡିଆ ରେ ପହଂଚି ଥିଲା ଏବଂ ସେଠାରେ ସେମାନଙ୍କୁ ମଞ୍ଚରେ ସ୍ୱାଗତ କରାଯାଇଥିଲା ମଞ୍ଚ ରେ ସବୁ ବର୍ଗ ର ଲୋକଙ୍କୁ ସମ୍ବର୍ଦ୍ଧିତ କଟାଯାଇଥିଲା କାର୍ଯକ୍ରମ ଶେଷରେ ଜ଼ିଲ୍ଲାପାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପର କରିଥିଲେ । ପରେ ବନ୍ଦେ ଉତ୍କଳ କନନୀ ପରିବେଷଣ ପରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା ।
ବୌଦ୍ଧ ପଲ୍ଲିଶ୍ରୀ ଓ ପୁସ୍ତକ ମେଳର ଉଦଯାପନୀ ଉତ୍ସବ
ଆଜତକ ଓଡ଼ିଶା
0
Post a Comment