ବାଲେଶ୍ୱର,(ପ୍ରଭାକର ମଲ୍ଲିକ) ସମ୍ପତ୍ତି ଲୋଭରେ ବୁଢା ଶଶୁରଙ୍କୁ ମାଡମାରି ଲହୁଲୁହାଣ କରିବା ସହ ଘରୁ ତଡି ଦେଇଛନ୍ତି ପୂଅ ବୋହୁ , କେବଳ ସେତିକି ନୁହେଁ ଏନେଇ ଥାନାରେ ଲିଖିତ ଅଭିଯୋଗ କଲେ ବୁଢା ବାପାକୁ ଜୀବନରୁ ମାରି ଦେବାକୁ ଧମକ ଦେଉଛି ପୂଅ ଓ ବହୁ। ତେଣୁ କୌଣସି ଉପାୟ ନପାଇ ନିଜର ଜୀବନ ବଞ୍ଚାଇବା ପାଇଁ ଅସହ୍ୟ ଝାଞ୍ଜି ଖରାରେ ଅସହାୟ ଅବସ୍ଥାରେ ଚାଲି ଚାଲି ଆସି ତହସିଲ କାର୍ଯ୍ଯାଳୟରେ ପହଞ୍ଚିଛନ୍ତି ବୃଦ୍ଧ ଜଣକ। ସମ୍ପତ୍ତି ଯୋଗୁଁ ତାଙ୍କ ଜୀବନ ଆଜି ବିପଦରେ, ତେଣୁ ତହସିଲଦାରଙ୍କୁ ଭେଟିବେ ଏବଂ ସମସ୍ତ ସମ୍ପତ୍ତି ସରକାରଙ୍କୁ ଦାନ କରିଦେବେ।ଏଭଳି କାନ୍ଦି କାନ୍ଦି କହିଛନ୍ତି ବୃଦ୍ଧ ଜଣକ ଆମ ପ୍ରତିନିଧିଙ୍କୁ ,
ସାଧାରଣତଃ ଘରେ ପୁଅ ଟିଏ ଜନ୍ମ ହେଲେ ବାପା ଓ ମା' ଖୁସିରେ ଗାଁ ଯାକ ମିଠା ବାଣ୍ଟନ୍ତି , ଝିଅ ଅପେକ୍ଷା ବାପା ଓ ମା ମାନେ ପୁଅକୁ ଅଧିକ ସ୍ନେହଆଦର ମଧ୍ଯ କରିଥାନ୍ତି , କାରଣ ଝିଅଟିଏ ବାହା ହୋଇ ଶାଶୁଘରକୁ ଚାଲିଗଲା ପରେ ପରିଣତ ବୟସରେ ପୁଅ ବୋହୁ ସେମାନଙ୍କର ସେବାଶୁଶ୍ରୁସା କରିବେ , ମାତ୍ର ଏହି ହୃଦୟବିଦାରକ ଦୃଶ୍ଯ ଦେଖିଲେ ଆପଣ ବି କହିବେ ଧିକ୍ ସେ ପୂଅ ବୋହୂ ,ବାଲେଶ୍ବର ଜିଲ୍ଲା ବସ୍ତା ଥାନା ବରୁଣ ଗାଡିଆ ଅନ୍ତର୍ଗତ ଚୋରପଦା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା , ବସ୍ତା ଥାନା ଅନ୍ତର୍ଗତ ଚୋରପଦା ଗ୍ରାମର ବାସିନ୍ଦା ହେଉଛନ୍ତି ଦେବେନ୍ଦ୍ର ଦାସ(୭୦) ଟପିଲାଣି, ନା କାନକୁ ଠିକରେ ଶୁଭୁଛି ନା ଆଖିକୁ ଠିକରେ ଦେଖାଯାଉଛି , ଚାଲବୁଲ କରିବାକୁ ବି ଦେହର ଆଉ ବଳ ନାହିଁ ତେବେ ଆଜିକାଲି ସ୍ବାର୍ଥପର ଦୁନିଆଁରେ କିଏ ବା କାହାର ,ଦେବେନ୍ଦ୍ର ଜଣେ ଦିନ ମଜୁରିଆ ହୋଇଥିବାରୁ ପରଘରେ ମୂଲ ଲାଗି ବହୂ ଦୁଖଃ କଷ୍ଟ କରି ୨ ଜଣ ପୂଅ କୁ ମଣିଷ କରାଇଥିଲେ , ବୃଦ୍ଧ ବୟସରେ ପୂଅ ବୋହୂ ନାତି ନାତୁଣୀଙ୍କ ଗହଣରେ ସୁଖରେ ଦିନ କାଟିବାକୁ କେତ କଣ ସ୍ବପ୍ନ ଦେଖିଥିଲେ , ମାତ୍ର ତାଙ୍କର ସ୍ବପ୍ନ ପୂରଣ ହେବା ତ ଦୂର ର କଥା ଦୁଇ ପୁଅ ମାନସ ଦାସଙ୍କ ସ୍ତ୍ରୀ ରେଖା ଦାସ ଏବଂ ପ୍ରକାଶ ଦାସ ସ୍ତ୍ରୀ ମମତା ଦାସ ସହ ମିଶି ବୃଦ୍ଧ ବାପାକୁ ଗୋଡ଼ ହାତ ବାନ୍ଧି ଉଲଗ୍ନ କରି ମାଡମାରି ଲହୁ ଲୁହାଣ କରି ପକାଇବା ସହ ତାଙ୍କ ନାମରେ ଥିବା ଏକ ଏକର ସମ୍ପତି ତାଙ୍କ ନାମରେ କରିଦିଅ ନଚେତ ଆମେ ଆଉ କିଛି ତୁମର କଥା ବୁଝିବୁ ନାହିଁ କହି ଘରୁ ତଡି ଦେଇଥିବା। ଶ୍ରୀ ଦାସ ପ୍ରକାଶ କରିଛନ୍ତି। କୌଣସି ଉପାୟ ନପାଇ ଅସହାୟ ଅବସ୍ଥାରେ ଲୋକଙ୍କ ଘରୁ ମାଗି ମାଗି ଖାଇବା ସହ ଦୋକାନ ବାରଣ୍ତାରେ ଶୋଇ ପଡି ଦିନ କାଟୁଛନ୍ତି।ସମସ୍ତ ସମ୍ପତ୍ତି ପୂଅ ମାନଙ୍କ ନାମରେ ନକରିଦେଲେ ଜୀବନରୁ ମାରି ଦେବାକୁ ଧମକ ଦେଉଛନ୍ତି। ତେଣୁ ଜୀବନ ବିକଳରେ ଅସହାୟ ଅବସ୍ଥାରେ ଦେବେନ୍ଦ୍ର ଦାସ ଚାଲି ଚାଲି ଆସି ତହସିଲ କାର୍ଯ୍ଯାଳୟରେ ପହଞ୍ଚିଛନ୍ତି ସମସ୍ତ ସମ୍ପତ୍ତି ସରକାରଙ୍କୁ ଦାନ କରିବା ଦେବେ ବୋଲି ସିଦ୍ଧାନ୍ତ ନେଇଥିବା ଆମ ପ୍ରତିନିଧିଙ୍କୁ ଜଣାଇବା ସହ ବସ୍ତା ଥାନା ଆଇ.ଆଇ.ସି ଙ୍କୁ ଆଜି ଲିଖିତ ଅଭିଯୋଗ କରିଛନ୍ତି।
Post a Comment