ଗୁରୁତର ଜଣକୁ ବୁର୍ଲା ବଡ଼ ମେଡିକାଲ କୁ ସ୍ଥାନାନ୍ତରିତ
ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ବୌଦ୍ଧ -ପୁରୀ ଜଗନ୍ନାଥ ସଡକ ରେ ବାଇକ ଦୁର୍ଘଟଣା ଜଣେ ଦୁର୍ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣକୁ ଗୁରୁତର ଅବସ୍ଥା ରେ ବୌଦ୍ଧ ଜିଲ୍ଲା ମେଡିକାଲ ରୁ ବୁର୍ଲା ବଡମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି!ସୂଚନା ମତେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଂକୁଲୋଇ ପଂଚାୟତ ଅନ୍ତର୍ଗତ ପାଣିଘରା ରସୁରେନ୍ଦ୍ର ବେହେରା ଓ ବୁଲୁରା ଗ୍ରାମର ଅନିଲ କର୍ମି କୌଣସି କାର୍ଯ୍ୟ ରେ ଜଗନ୍ନାଥ ସଡ଼କ ରେ ବୌଦ୍ଧ କୁ ଯାଇ ନିଜ ଘରକୁ ଫେରୁଥିବା ବେଳେ ରାମଗଡ ପଂଚାୟତ ପଲସାପାଟ ଜଗନ୍ନାଥ ସଡ଼କ ତସଲା ପଡିଆ ଠାରେ ଦୀନ ୩ଟା ସମୟରେ ଗାଡି ଭାରସାମ୍ୟ ହରାଇ ରାସ୍ତା କଡ଼ ଏକ ତାଳ ଗଛରେ ଧକ୍କା ଦେଉଥିଲା!ଫଳରେ ଘଟଣା ସ୍ଥଳରେ ସୁରେନ୍ଦ୍ର ବେହେରା (୨୬)ଙ୍କ ମୃତ୍ୟୁ ହୋଇଥିବା ବେଳେ ଅନିଲ କର୍ମ ଗୁରୁତର ହୋଇଥିଲେ!ସ୍ଥାନୀୟ ଜନସାଧାରଣ ବୌଦ୍ଧ ଆମ୍ବୁଲାନ୍ସ କୁ ଖବର ଦେବା ପରେ ଖବର ପାଇ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଂଚି ଦୁଇ ଜଣଙ୍କୁ ବୌଦ୍ଧ ଜିଲ୍ଲା ଡାକ୍ତର ଖାନାକୁ ନେଇଥିଲେ!ସେଠାରେ ଡାକ୍ତର ସୁରେନ୍ଦ୍ର କୁ ମୃତ୍ୟୁ ଘୋଷଣା କରିଥିବା ବେଳେ ଗୁରୁତର ଅନିଲ କୁ ବୁର୍ଲା ବଡମେଡିକାଲ କୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଛି।
Post a Comment