ବୌଦ୍ଧରେ ହନୁମାନ ଜୟନ୍ତୀ ଉତ୍ସବ ଅନୁଷ୍ଠିତ


ବୌଦ୍ଧ,(ସୁଶାନ୍ତ କୁମାର ବେହେରା) ପବିତ୍ର ଚୈତ୍ର ପୁର୍ଣିମା ଅବସରରେ ସିଦ୍ଧ ହନୁମାନ ମନ୍ଦିର ଉପଦେଷ୍ଟା ବୋର୍ଡ,ତରଫରୁ ମହାନଦୀ ମଧ୍ୟସ୍ଥ ସିଦ୍ଧ ହନୁମାନ ମନ୍ଦିର ପରିସରରେ ଆୟୋଜିତ ହୋଇଯାଇଛି । ସର୍ବପ୍ରଥମେ ସକାଳେ ସୁଯ୍ୟପୂଜା, ଧ୍ବଜାରୋପଣ, କଳସ ଶୋଭାଯାତ୍ରା,୧୦୮ ହନୁମାନ ଚାଲିଶା ପାଠ ପରେ ସନ୍ଧ୍ୟାରେ ଯଜ୍ଞ, ହନୁମାନ କଥା ପ୍ରବଚନ ଓ଼ ଅର୍ଣ୍ଣ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ପୂଜଜ ଭାବେ ଅଙ୍ଗିରା ମିଶ୍ର ଗରିବ ମିଶ୍ର, ମାନସ ମିଶ୍ର, ମିନୁ ମିଶ୍ର, କର୍ତ୍ତାଭାବେ ରାଧେଶ୍ୟାମ ସାହୁ, ଶ୍ୟାମସୁନ୍ଦର ଅଗ୍ରୱାଲ ଦାଇତ୍ୱ ତୁଳାଇଥିବାବେଳେ ଆୟୋଜନରେ ବୋର୍ଡର ସଭାପତି କୃତ୍ତିବାସ ପଲିଆ, ସମ୍ପାଦକ ସୋରଜ ସାହୁ, ସହସମ୍ପାଦକ ଶଙ୍କର ସାହୁ, ମୁଖ୍ୟ କର୍ମକର୍ତ୍ତା ରାଜକୁମାର ସାହୁ, ନାରାୟଣ ପ୍ରଧାନ,ଆଦିତ୍ୟ ମିଶ୍ର,ଶୁଭେନ୍ଦୁ ବାରିକ ପ୍ରମୁଖ ସହଯୋଗ କରିଥିଲେ ।

Post a Comment

Previous Post Next Post