ପଲ୍ଲିଶ୍ରୀ ଓ ପୁସ୍ତକ ମେଳା ର ଶୁଭ ଉଦ୍ଘାଟନୀ ଉତ୍ସବ


ବୌଦ୍ଧ,(ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା ର ବହୁପୁରାତନ ଶ୍ରୀ ରାମ ଲୀଳା ଯାତ୍ରା ଅବସରରେ ବୌଦ୍ଧ ଠାରେ ପଲ୍ଲିଶ୍ରୀ ଏବଂ ପୁସ୍ତକ ମେଳା ର ଶୁଭ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ଏକ ମଶାଲ ଶୋଭାଯାତ୍ରା ଶ୍ରୀରାମ ମନ୍ଦିର ଠାରୁ ବାହାରି କଚେରୀ ପଡିଆ ଠାରେ ପହଁଚି ଥିଲା । ଏହି ସାସ୍କୃତିକ ଶୋଭାଯାତ୍ରା ରେ ବୌଦ୍ଧ, ହରଭଙ୍ଗା ଏବଂ କଣ୍ଟାମାଲ ବ୍ଲକ ର ବହୁ ସଂଖ୍ୟା ରେ କଳାକାର ଅଂଶ ଗ୍ରହଣ କରିଥିଲା ସଭାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଉପ -ବାଚସ୍ପତି, ଓଡିଶା ବିଧାନ ସଭା ଶ୍ରୀଯୁକ୍ତ ରାଜନୀକାନ୍ତ ସିଂହ, ସମ୍ମାନୀତ ଅତିଥି ଭାବେ ଅଧ୍ୟକ୍ଷ, ବିଜ୍ଞ୍ୟାପିତ ଅଞ୍ଚଳ ପରିଷଦ ମୃତ୍ୟୁଞ୍ଜୟ ମିଶ୍ର, ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଞ୍ଜନ ମହାନ୍ତି, ଅତିରିକ୍ତ ଜ଼ିଲ୍ଲାପାଳ ବବିତାରାଣୀ ଦଳବେହେରା,ପ୍ରକଳ୍ପ ନିର୍ଦେଶକ, ଜ଼ିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଯୋଗ ଦେଇଥିଲେ । ସଭାପତି ଭାବେ ଜ଼ିଲ୍ଲାପାଳ ଯୋଗ ଦେଇ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ । ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ କୁ ପ୍ରମୋଦ କୁମାର ପ୍ରଧାନ, ସହକାରୀ ଶିକ୍ଷକ ପରିଚାଳନା କରିଥିଲେ ଏବଂ ବସନ୍ତ କୁମାର ସାହୁ,, ପ୍ରଧାନ ଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ । ନଟରାଜ କଳା ମନ୍ଦିର, ଫୁଲବାଣୀ -ଓଡିଶୀ, ପଏଁରୀ, ସୁବର୍ଣ୍ଣପୁର -ସମ୍ବଲପୁରୀ ଏବଂ ପଦ୍ମିନୀ ଦୋରା ଏବଂ ସାଥି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ମର୍ଯ୍ୟାକୁଦ ର ସଂକୀର୍ତନ ମଣ୍ଡଳୀ, ମଙ୍ଗଳ ମହୁରୀ (ମାଲେଶ୍ରୀ ବାଦ୍ୟ ) ସହ ପୂଜାର୍ଚନା ଓ ମଙ୍ଗଳ ଆରତୀ, ବାବା ବୈଦ୍ୟନାଥ ନାଟ୍ୟ କଳା ପରିଷଦ, ସରସରା ଶ୍ରୀରାମ ଲୀଳା ଯାତ୍ରା -ସୀତାଚୋରି ଅଭିନୟ କରି ସମ୍ବର୍ଦ୍ଧିତ ହୋଇଥିଲେ । ଏହି ଅବସରରେ ବୁଟୁପାଲୀ ମଞ୍ଚରେ ପାଲା ପରିବେଷଣ ସହ ଶ୍ରୀରାମ ମନ୍ଦିର ମଞ୍ଚରେ ଶ୍ରୀରାମ ଲୀଳା ଯାତ୍ରା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କଚେରୀ ପଡିଆ ଠାରେ ପୁସ୍ତକ ଷ୍ଟଲ -୧୨ ଟି, ୨୮ଟି ଜ଼ିଲ୍ଲା ରୁ ଆସିଥିବା ସ୍ୱୟଂ ସହାୟକ ଗୋଷ୍ଠୀ ର ୭୪ ଟି ଷ୍ଟଲ ଏବଂ ସମସ୍ତ ବିଭାଗ ର ୪୪ ଟି ଷ୍ଟଲ ଏହିପରି ସର୍ବମୋଟ ୧୫୭ ଟି ଷ୍ଟଲ ଖୋଲା ଯାଇଛି ।

Post a Comment

Previous Post Next Post