ଜାତୀୟ ପଂଚାୟତରାଜ ଦିବସ ଅବସରରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ


ହରଭଙ୍ଗା,(ସୁଶାନ୍ତ କୁମାର ବେହେରା). ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଆଡେଣିଗଡ଼ ପଂଚାୟତ କାର୍ଯ୍ୟାଳୟରେ ଆଜି ଜାତୀୟ ପଞ୍ଚାୟତ ରାଜ ଦିବସ ଅବସରରେ ପ୍ରଥମ ସ୍ୱତନ୍ତ୍ର ଗ୍ରାମ ସଭା (୨୦୨୨/୨୩)ଆର୍ଥିକ ବର୍ଷ ଅନୁଷ୍ଠିତ ହୋଇଯାଇଛି!ଏହି ସଭାରେ ନବ ନିର୍ବାଚିତ ସରପଞ୍ଚ ଅଜିତ କୁମାର ପ୍ରଧାନ,୧୩ଗୋଟି ୱାର୍ଡ ର ୱାର୍ଡ ମେମ୍ବର ସଭ୍ୟ ଓ ସଭ୍ୟା, ନାଏବ ସରପଞ୍ଚ କୁମୁଦିନୀ କହଁର, କନିଷ୍ଠ ଯନ୍ତ୍ରୀ ମଧୁସୂଦନ ଦୋରା, VLW ଗୁରୁଚରଣ ସେଠି, ଯୋଗାଣ ସହାୟକ ଧିରେନ କୁମାର ଭୋଇ ଉପସ୍ଥିତ ରହିଥିଲେ!ପଂଚାୟତ ର ସର୍ବାଙ୍ଗୀନ ଉନ୍ନତି ସକାଶେ ପାନୀୟ ଜଳ, ରାସ୍ତା, ଶିକ୍ଷା ସ୍ୱାସ୍ଥ୍ୟ, ବିଜୁଳି ର ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହିତ ଆଗାମୀ ଦିନରେ ପଂଚାୟତ ବାସି ସରକାରଙ୍କ ସୁବିଧା ସୁଯୋଗ ସିଧା ସଳଖ ଉପଲବ୍ଧି କରିବା ଉପରେ ପୁଙ୍ଖାନୁ ପୁଙ୍ଖ ଆଲୋଚନା କରାଯାଇଥିବା ସୂଚନା ମିଳିଛି।

Post a Comment

Previous Post Next Post