କଂଟାବାଞ୍ଜି,(ଆଜତକ୍ ଓଡ଼ିଶା) କଂଟାବାଞ୍ଜି ସହରର ଯୁବ ସାମ୍ବାଦିକ ରୋହନ ମହତଙ୍କୁ ବେଦପ୍ରକାଶ ଶର୍ମା (ବିଟ୍ଟୁ) ତାର ନକଲି କାର୍ଯ୍ୟକଳାପ ନେଇ ଖବର ପ୍ରସାରଣ ପରେ ହତ୍ୟା ଧମକ ଦେଇଥିବା ସ୍ଥାନିୟ ଥାନା ରେ ଅଭିଯୋଗ ହେଇଛି । ହେଲେ ଅଭିଯୋଗକୁ ୧୫ ଦିନ ବିତି ଯାଇଥିବା ବେଳେ ଏଯାଏ ବେଦପ୍ରକାଶ ଉପରେ କୌଣସି କାର୍ଯ୍ୟନୁଷ୍ଠାନ ନିଅଯାଇନାହିଁ । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବର୍ତମାନ ଏଭଲି ସ୍ଥିତି ପାଇଁ ବିପଦ ଦେଇ ଗତି କରୁଛି । ସାମ୍ବାଦିକଙ୍କୁୁ ନ୍ୟାୟ ମିଲିବା ପରିବର୍ତେ ତଦନ୍ତ ନାଁରେ ସମୟ ଗଡେଇ ଗଡେଇ ଚାଲିଛନ୍ତି ଥାନା ଅଧିକାରି । ତେବେ ଥାନା ଅଧିକାରିଙ୍କ ଏଭଲି କାର୍ଯ୍ୟକଳାପ ଯୋଗୁ କଂଟାବାଞ୍ଜି ପ୍ରେସ କ୍ଲବ ଆନ୍ଦୋଳନ ପାଇଁ ସଜବାଜ ହେଉଛି । ଏନେଇ ଏକ ଦାବିପତ୍ର ବଲାଙ୍ଗିର ଏସପିଙ୍କୁ ଥାନା ଅଧିକାରିଙ୍କୁ ଜରିଆରେ ଦେଇଥିବା ଜଣାଯାଏ । ଦାବିପତ୍ରର ନକଳ ମୁଖ୍ୟମନ୍ତ୍ରୀ , ଗୃହ ରାଷ୍ଟ୍ରମନ୍ତ୍ରୀ, ସୁଚନା ଲୋକ ସମ୍ପର୍କ ମନ୍ତ୍ରୀ, ପୋଲିସ ମହା ନିର୍ଦେଶକ, ଜିଲ୍ଲାପାଳ ବଲାଙ୍ଗିର ସହ ବିଭିନ୍ନ ଜିଲ୍ଲା ସ୍ତରିୟ ସାମ୍ବାଦିକ ସଂଘକୁ ଦିଆଯାଇଛି । ଆସନ୍ତା ମେ ୧ ତାରିଖ ରବିବାର ଦିନ ଥାନା ସମ୍ମୁଖରେ ଯୁବ ସାମ୍ବାଦିକ ରୋହନ ମହତ ଅନଶନରେ ବସିବେ । ରୋହନ ମହତଙ୍କୁ କଂଟାବାଞ୍ଜି ପ୍ରେସ କ୍ଲବ ସମର୍ଥନ କରି ଏହି ଆନ୍ଦୋଳନରେ ସାମିଲ ହେବେ ବୋଲି ପ୍ରେସ କ୍ଲବ ସଭାପତି ପ୍ରଭଜିତ ସିଂ ସାଲୁଜା ସୁଚନା ଦେଇଛନ୍ତି । ଦାବିପତ୍ର ଦେବା ସମୟରେ କାର୍ଯ୍ୟକାରି ସଭାପତି ସୁରଦାସ ବାଗ, ସଂପାଦକ ସୁବ୍ରତ ମହାକୁଡପ, କୋଷାଧ୍ୟକ୍ଷ କମଳଜିତ ସିଂ ମଖୀଜା, ପରାମର୍ଶଦାତା ଆଶିଷ ଖଇତାନ, ଆନନ୍ଦ ମୋଟେ, କାର୍ଯ୍ୟକାରି ସଦସ୍ୟ ବିକାଶ ମିତ୍ତଲ, ଜଗମୋହନ ତାଣ୍ଡି, ଯୁଗଲ କିଶୋର ଶବର, ବିଶିକେସନ ମାଝି ପ୍ରମୁଖ ଉପସ୍ଥିତ ଥିବା ବେଳେ ସାମ୍ବାଦିକ ପୁଷ୍ପକେତୁ ବେହେରା, ମୋହନ ସୋନି, ପ୍ରମୋଦ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।
ଯୁବ ସାମ୍ବାଦିକଙ୍କୁ ହତ୍ୟା ଧମକ ଘଟଣା ଆନ୍ଦୋଳନ ପାଇଁ ସଜବାଜ କଣ୍ଟାବାଞ୍ଜି ପ୍ରେସ କ୍ଲବ।
ଆଜତକ ଓଡ଼ିଶା
0
Tags
ହାଇଲାଇଟ୍ ସମ୍ବାଦ
Post a Comment