ସତ୍ୟସାଇ ସେଵା ସଙ୍ଗଠନ ଦ୍ୱାରା ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଲୋକାର୍ପିତ


ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ଚାରିଛକ ଭଳି ଏକ ଗୁରୁତ୍ୱପୂର୍ଣ ସ୍ଥାନ ରେ ସର୍ବ ସଧାରଣ ତଥା ପଥଚାରୀ ଙ୍କ ପାଈଁ ପିଇବା ପାଣି ର ବ୍ୟବସ୍ଥା ନଥିଵା ରୁ ଏହି ପ୍ରଚଣ୍ଡ ଖରା ରେ ଲୋକ ହନ୍ତସନ୍ତ ହେଉଥିଲେ।ଏହି ଅସୁବିଧା କୁ ଦୃଷ୍ଟି ରେ ରଖି ସ୍ଥାନୀୟ ବଜାର କମିଟି ର ସହଯୋଗ କ୍ରମେ ବୋୖଦ୍ଧ ସ୍ଥିତ ସତ୍ୟସାଇ ସେଵା ସଙ୍ଗଠନ ଦ୍ୱାରା "ଶ୍ରୀ ସତ୍ୟସାଇ ନିର୍ମଳ ଝର" ନାମକ ଏକ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଶୁଭାରମ୍ଭ ହୋଇ ଯାଇଛି। ପବିତ୍ର ବେଦ ଧ୍ୱନୀ ଉଚ୍ଚାରଣ ପୂର୍ବକ ଏକ ଦିବ୍ୟ ଵାତାବରଣ ମଧ୍ୟରେ ସ୍ଥାନୀୟ ସରପଞ୍ଚ ଶ୍ରୀମନ୍ତ ମେହେର ଫିତା କାଟି ଉଦ୍ଘାଟନ କରିଥିଲେ ଓ ସଙ୍ଗଠନ ର ଜିଲ୍ଲା ସଭାପତି ଡା ପ୍ରିୟଵ୍ରତ ବେହେରା ଏହି ପ୍ରକଳ୍ପ ର ଦାୟିତ୍ଵ ସ୍ଥାନୀୟ ବଜାର କମିଟି କୁ ହସ୍ତାନ୍ତର ପୂର୍ବକ ସର୍ବ ସଧାରଣ ବ୍ୟବହାର ନିମିତ୍ତ ଲୋକାର୍ପିତ କରିଥିଲେ।ଆୟୋଜିତ କାର୍ଯ୍ୟକ୍ରମ ରେ ବଜାର କମିଟି ସଭାପତି ଦିଲ୍ଲୀପ କୁମାର ସାହୁ,ସମ୍ପାଦକ ଅଜିତ କୁମାର ନାୟକ,କେଦାରେଶ୍ବର ମଂଦିର କମିଟି ସଭାପତି ଶ୍ରୀ ରମେଶ ଚନ୍ଦ୍ର ଜେନା ଙ୍କ ସମେତ ସତ୍ୟସାଇ ସଙ୍ଗଠନ ର ବହୁ କର୍ମକର୍ତ୍ତା ଓ ସ୍ଥାନୀୟ ଲୋକ ଉପସ୍ଥିତ ରହି ସହଯୋଗ କରିଥିଲେ।ପ୍ରଚଣ୍ଡ ଗ୍ରୀଷ୍ମ କାଳ ରେ ଥଣ୍ଡା ପାନୀୟ ଜଳ ର ବ୍ୟବସ୍ଥା କରିଥିବାରୁ ସତ୍ୟସାଇ ସଙ୍ଗଠନ ର ଏହି ମହତ ପ୍ରୟାସ କୁ ସ୍ଥାନୀୟ ଲୋକେ ସ୍ୱାଗତ କରିଛନ୍ତି।

Post a Comment

Previous Post Next Post