ବାଲେଶ୍ବର,(ପ୍ରଭାକର ମଲ୍ଲିକ) ବସ୍ତା ବ୍ଲକ ଅମର୍ଡାରୋଡ ନଟାକଟା ପଞ୍ଚାୟତ ଅନ୍ତର୍ଗତ ଅମର୍ଦାରୋଡ ବ୍ୟାଡମିନ ଆସୋସିଏସନ ପକ୍ଷରୁ ୫ ଦିନ ଧରି ଆୟୋଜିତ ହୋଇଥିବା ମୋଦିକେୟାର ପ୍ରୀମିୟର ଲିଗ୍ ଉଯାପିତ ହୋଇଯାଇଛି।ତେବେ ୨ୟ କୁୟାଲିଫାୟ ମ୍ୟାଚରେ ରାଇଯିଂ ଷ୍ଟାରକୁ ହରାଇ ମାମା ଏକାଦଶ ଫାଇନାଲକୁ ପ୍ରବେଶ କରିଥିଲା।ଫାଇନାଲ ମ୍ୟାଚ ମାମା ଏକାଦଶ ଓ ସଂସ୍କାର ଏଣ୍ଡ ପୂଜା ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ମାମା ଏକଦା ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ୧୦ ଓଭର ଖେଳି ୭ ୱକେଟ୍ ହରାଇ ୮୪ ରନ ସଂଗ୍ରହ କରିଥିଲା।ଜବାବରେ ସଂସ୍କାର ଏଣ୍ଡ ପୂଜା ଏକାଦଶ ୧୦ ଓଭର ଖେଳି ୬ ୱକେଟ ହରାଇ ୮୨ ରନ କରି ପରାଜୟ ବରଣ କରିଥିଲା।ଖେଳ ଶେଷ ପରେ ଏକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା।ପୁରସ୍କାର ବିତରଣି ଉତ୍ସବକୁ ସରୋଜ କୁମାର ବେହେରା ପରିଚାଳନା କରିଥିବା ବେଳେ ଏସୋସିଏସନ ସଭାପତି ରାମ ଚନ୍ଦ୍ର ସାହୁ ପୌରହିତ୍ୟରେ ମୁଖ୍ୟ ଅତିଥି ଭାବେ ମୋଦି କେୟାର ସିନିୟର୍ ଡାଇରେକ୍ଟର ସଞ୍ଜୟ ମହାନ୍ତି,ମୁଖ୍ୟବକ୍ତା ଭାବେ ସମାଜ ସେବୀ ରାଜ କିଶୋର ମହାନ୍ତି,ସମ୍ମାନିତ ଅତିଥି ଭାବେ ମୋଦିକେୟାର ଡାଇରେକ୍ଟର ବିନୟ ମହାନ୍ତି ଓ ହନୁମାନ ମନ୍ଦିର ପୂଜକ ରମାନାଥ ପତି ଯୋଗଦେଇ ଚାମ୍ପିଅନ ଦଳ ମାମା ଏକାଦଶକୁ ସିନିୟର୍ ଡାଇରେକ୍ଟର ଶ୍ରୀ ମହାନ୍ତି ଟ୍ରଫି ଶହ ୧୩ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଥିବା ବେଳେ ମୋଡ଼ିକେୟର ଡାଇରେକ୍ଟର ବିନୟ ମହାନ୍ତି ରନରସଅଫକୁ ଟ୍ରଫି ସହ ୧୧ ହଜାର ଟଙ୍କା ପ୍ରଦାନ କରିଥିଲେ।ସେହିପରି ମ୍ୟାନ ଅଫ ଦି ସିରିଜ ଜଗତ ବ୍ରହ୍ମ ପାତ୍ରଙ୍କୁ ରୋପିୟ ପଦକ ଦୁର୍ଗା ଜୁଏଲାର ମଲିକ ଦିବାକର ରଣା ପ୍ରଦାନ କରିଥିଲେ।ମ୍ୟାନ ଅଫ ଦ ମଚ୍ୟା ଓ ବେଷ୍ଟ କେଚର ଭାବେ ଝଡେଶ୍ୱର୍ ବେହେରା(ରାଜୁ),ମୋଷ୍ଠ ଭେଲୁଏବୁଲ ପ୍ଲେୟାର ସର୍ବେଶ୍ଵର ବେହେରା,(ସିପୁନ),ବେଷ୍ଠ ଆମ୍ପେୟାର ଭାବେ ରବିନ୍ଦ୍ର ରଣା ଓ ସୁମନ୍ତ ସାହୁ ମାନପତ୍ର ଓ ଟ୍ରଫି ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା।ସମସ୍ତ ଖେଳକୁ ସରୋଜ ବେହେରା,ରଥ ହାଁସଦା,ରବିନ୍ଦ୍ର ରଣା,ସୁମନ୍ତ ସାହୁ ଓ ଚିତ୍ତ ରଞ୍ଜନ ଦାସ କମେଟେଟର ଭାବେ ସମସ୍ତ ମ୍ୟାଚକୁ ପରିଚାଳନା କରିଥିଲେ।ଏସୋସିଏସନର ସମସ୍ତ ସଦସ୍ୟ ଉପସ୍ଥିତ ରହି ସୁଚାରୁ ରୂପେ ପରିଚାଳନାରେ ସହଯୋଗ କରିଥିଲେ।
ବାଲେଶ୍ଵର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ ।
Post a Comment