ହରଭଙ୍ଗା ନୋଡାଲ ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ଜଳ ଦିବସ ପାଳିତ


ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ହରଭଙ୍ଗା ନୋଡାଲ ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ଜଳ ଦିବସ ଏଲଏଣ୍ଡ ଟି କମ୍ପାନୀ ତରଫରୁ ପାଳିତ ହୋଇଯାଇଛି। ଏଥିରେ କମ୍ପାନୀର ପ୍ରାଥୀବୀ ମନହୋର, ହରଭଙ୍ଗା ପ୍ରୋଜେକ୍ଟ ଇନଚାର୍ଜ ଏମ. ଟି. ଆଲମ, ଅଶୋକ ସାହୁ,ୱା ସୀତାରାମ, ଜି. ଆପାଇନାଇଡୁ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ମୁରଲୀଧର ରଣା ଉପସ୍ଥିତ ଥିଲେ। ବିଶ୍ୱ ଜଳ ଦିବସରେ ଜଳର ଗୁରୁତ୍ୱ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଯାଇଥିଲା।ଏହି ଉପଲକ୍ଷେ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ ଛାତ୍ରଛାତ୍ରୀ ମାନେ ରାଲିରେ ଗ୍ରାମ ପରିକ୍ରମା କରିଥିଲେ ଜଳ ସଂରକ୍ଷଣ ଉପରେ ଲୋକଙ୍କୁ ସଚେତନ କରାଇଥିଲେ।ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଶେଷରେ ପୁରସ୍କୃତ କରାଯାଇଥିଲା।

Post a Comment

Previous Post Next Post