ହରଭଙ୍ଗା,(ସୁଶାନ୍ତ କୁମାର ବେହେରା). ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବୌଦ୍ଧ ବନଖଣ୍ଡ ମାଧପୁର ରେଞ୍ଚ ତଳଗାଁ ଫରେଷ୍ଟ ସେକ୍ସନ ଡମକୋଚ ଡ୍ୟାମରେ ଗତକାଲି ଏକ ୮ଫୁଟ ଲମ୍ବ ର କୁମ୍ଭୀର ମୃତ୍ୟୁ ହୋଇଥିବାର ଜଣାପଡିଛି!ସୂଚନା ଅନୁଯାଇ ସ୍ଥାନୀୟ କିଛି ମହିଳା ପାଣିବାହାରେ ମରିପାଡ଼ିରହିଥିବା କୁମ୍ଭୀର କୁ ଦେଖି ସଙ୍ଗେ ସଙ୍ଗେ ବନକର୍ମଚାରୀଙ୍କୁ ଖବର ଦେଇଥିଲେ!ଖବର ପାଇ ବନକର୍ମଚାରୀ ଘଟଣlସ୍ଥଳରେ ପହଂଚି ମାଧପୁର ରେଞ୍ଚ ଅଧିକାରୀଙ୍କୁ ଖବର ଦେବାରୁ ରେଞ୍ଚ ଅଧିକାରୀ ମୋବାଇଲ ଭେନ ପଠାଇ ମୃତ କୁମ୍ଭୀର କୁ ଉଦ୍ଧାର କରାଇଥିଲେ!ପୁରୁଣାକଟକ VS ଙ୍କ ଓ଼ ବନ ଅଧିକାରୀ ଙ୍କ ଉପସ୍ଥିତ ରେ କୁମ୍ଭୀର ଟିକୁ ପୋଷ୍ଟ ବଟମ କରାଯିବାରୁ କୁମ୍ଭୀର ପେଟ ରୁ ବହୁ ଅଣ୍ଡା ବାହାରିଥିଲା!ତେଣୁ କୁମ୍ଭୀର ପେଟ ରୁ ଅଣ୍ଡା ବାହାରି ଥିବାରୁ ଏହି ସ୍ଥାନରେ ଅଣ୍ଡିରା କୁମ୍ଭୀର ଥିବାର ସନ୍ଦେହ କରାଯାଉଛି!କୁମ୍ଭୀର ଟିର ମୃତ୍ୟୁ କେଉଁ କାରଣରୁ ହୋଇଛି ତାହା ଜଣାପଡ଼ିନାହିଁ!ମୃତ କୁମ୍ଭୀର ର ବୟସ ୪୦ବର୍ଷରୁ ଉର୍ଦ୍ଧ ହେବ ବୋଲି DFO ଦେବବ୍ରତ କମ୍ପୋ ସୂଚନା ଦେବା ସହିତ ଡ୍ୟାମ କୁ ବିନା ଅନୁମତି ରେ ପ୍ରବେଶ କରିବା ପାଇଁ ବାରଣ କରାଯାଇଛି!
ଡମକୋଚ ଡ୍ୟାମରେ ୮ଫୁଟ ଲମ୍ବର ମାଈ କୁମ୍ଭୀର ମୃତ
ଆଜତକ ଓଡ଼ିଶା
0
Tags
ହାଇଲାଇଟ୍ ସମ୍ବାଦ
Post a Comment