ଆମ୍ବୁଲାନ୍ସ ଧକ୍କା ରେ ସାଇକେଲ ଆରୋହୀ ମୃତ

ଦେଢ଼ଘଣ୍ଟା କାଳ ୫୭ନଂ ଜାତୀୟ ରାଜପଥ ଅବରୋଧ


ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ଖୋର୍ଦ୍ଧା -ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥ ରେ ସାଇକେଲ ଆରୋହୀ କୁ ଧକ୍କା ଦେଇ ଫେରାର ହୋଇଥିଲା ଆମ୍ବୁଲାନ୍ସ!ଫଳରେ ଘଟଣା ସ୍ଥଳରେ ସାଇକେଲ ଆରୋହୀର ମୃତ୍ୟୁ ଘଟିଥିଲା!ସୂଚନା ଅନୁଯାଇ ଆଜି ସକାଳ ୯.୩୦ମିନିଟ ରେ ଖୋର୍ଦ୍ଧା -ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥ ହରଭଙ୍ଗା ବ୍ଲକ ହରେକୃଷ୍ଣ ପୁର ଗୋପବନ୍ଧୁ ଛକ ଠାରେ ଏକ ସାଇକେଲ କୁ ଧକ୍କା ଦେଇ ଆମ୍ବୁଲାନ୍ସ ଟି ଫେରାର ହୋଇଯାଇଥିଲା!ଫଳରେ ସାଇକେଲ ଆରୋହୀ ର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା!ମୃତକ ଜଣକ ହେଲେ ସାମ୍ପୋଚ ପଂଚାୟତ ଶ୍ୟାମସୁନ୍ଦରପୁର ଗ୍ରାମର ସରଜୁ ମାହାର (୫୦)!ସେ ସାଇକେଲ ଯୋଗେ ବ୍ରଏଲର କୁକୁଡ଼ା ଆଣିବାକୁ ଯାଇଥିବା ସମୟରେ ୫୭ନଂ ଜାତୀୟ ରାଜପଥ ହରେକୃଷ୍ଣ ପୁର ଗୋପବନ୍ଧୁ ଛକ ଠାରେ ହଠାତ ଆମ୍ବୁଲାନ୍ସ ଟି ଧକ୍କା ଦେଇ ବୌଦ୍ଧ ଅଭିମୁଖେ ଚାଲିଯାଇଥିଲା!ଫଳରେ ଗ୍ରାମବାସୀ ଜାତୀୟ ରାଜପଥ ଅବରୋଧ କରିଥିଲେ!ଦେଢ଼ଘଣ୍ଟା କାଳ ଯାତାୟତ ବନ୍ଦ ହୋଇଯାଇଥିଲା!ବୌଦ୍ଧ ପୋଲିସ ଘଟଣା ସ୍ଥଳରେ ପହଂଚି ଜନସାଧାରଣ ଙ୍କୁ ବୁଝା ସୁଝା କରିବା ପରେ ଯାତାୟତ ସ୍ୱାଭାବିକ ହୋଇଥିଲା!ମୃତ ଶରୀର କୁ ପୋଲିସ ବ୍ୟବଚ୍ଛେଦ ପାଇଁ ବୌଦ୍ଧ ପଠାଇବା ସହିତ ଧକ୍କା ଦେଇ ଫେରାର ହୋଇଥିବା OD -27-0192ନଂ ଆମ୍ବୁଲାନ୍ସ କୁ ଠାବ କରିଥିବାର ସୂଚନା ମିଳିଛି।

Post a Comment

Previous Post Next Post