ସୁବର୍ଣ୍ଣପୁର, (ଗଣପତି ବାଘ)ସୁବର୍ଣ୍ଣପୁର ଜିଲ୍ଲା ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ଆଜି ବୀରମହାରାଜପୁର ବ୍ଲକ ରେ ୮୬.୫୧ ପ୍ରତିଶତ ମତଦାନ ସହିତ ଶାନ୍ତିପୂର୍ଣ୍ଣ ଭାବରେ ଭୋଟ ଗ୍ରହଣ ସମାପ୍ତ ହୋଇଛି । ବ୍ଲକ ରେ ୧୫ ଗୋଟି ପଞ୍ଚାୟତରେ ସମୁଦାୟ ୨୪୯ ଟି ମତଦାନ କେନ୍ଦ୍ରରେ ଭୋଟର ମାନେ ସେମାନଙ୍କ ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଏବଂ ଜିଲ୍ଲା ପରିଷଦ ପାଇଁ ପ୍ରତିନିଧି ଚୟନ କରିବା ସୁଯୋଗ ପାଇଥିଲେ । ସମଗ୍ର ବ୍ଲକ କୁ ଦୁଇଟି ଜୋନ୍ ରେ ବିଭକ୍ତ କରାଯାଇ ପ୍ରଶାସନ ର ବରିଷ୍ଠ ଅଧିକାରୀମାନଙ୍କ ନିରୀକ୍ଷଣ ରେ ଅବାଧ ଏବଂ ଶାନ୍ତିପୂର୍ଣ୍ଣ ଭାବରେ ନିର୍ବାଚନ ହୋଇପାରିଛି । ଯଦିଓ ଏହି ବ୍ଲକ ରେ କିଛି ସମ୍ବେଦନଶୀଳ ବୁଥ ଚିହ୍ନଟ ହୋଇଥିଲା କିନ୍ତୁ କୌଣସି ସ୍ଥାନ ରେ ବିଶେଷ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇ ନଥିବା ବେଳେ ବ୍ଲକର ଟିଠିପାଲି ଗାଁର ଭୋଟକେନ୍ଦ୍ର ଭିତରେ ଅଜଣା ଯୁବକର ସନ୍ଦେହଜନକ ଉପସ୍ଥିତିକୁ ବିରୋଧକରି ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା। ପରେ ଉପଜିଲ୍ଲାପାଳ ଅସଦୋକ କୁମାର ଭୋଇ ଙ୍କ ହସ୍ତକ୍ଷେପ ପରେ ସମାଧାନ ହୋଇଥିଲା । ସକାଳ ୭ ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇ ଦିନ ଗୋଟାଏ ସୁଦ୍ଧା ୭୬% ମତଦାନ ହୋଇଥିବା ବେଳେ ଭୋଟର ମାନେ ନିର୍ଦ୍ଧାରିତ ସମୟରେ କେନ୍ଦ୍ରରେ ଉପସ୍ଥିତ ରହି ଶେଷ ଯାଏଁ ଭୋଟ ଦେଇଥିଲେ । ସମଗ୍ର ବ୍ଲକ ରେ ଉତ୍ସାହଜନକ ଭାବରେ ଭୋଟର ମାନେ ମତଦାନ କରିଛନ୍ତି । ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ କୁମାର ଭୋଇ ବିଭିନ୍ନ ସମ୍ବେଦନଶୀଳ ବୁଥ ପରିକ୍ରମା କରି ସ୍ଥିତିର ଅନୁଧ୍ୟାନ କରିଥିଲେ ।
ବୀରମହାରାଜପୁର ନିକଟବର୍ତ୍ତୀ ପଥରଘାଟ ଠାରେ ଗୋଟିଏ ପୁଲିସ ପାଟ୍ରୋଲିଂ ଗାଡି ଦୁର୍ଘଟଣା ଗସ୍ତ ହେବାରୁ ଏ ସ୍ ଆ ଇ ପି ଆର୍ ମହାନନ୍ଦ ଏବଂ କିଛି ସୁରକ୍ଷା କର୍ମୀ ଙ୍କୁ ସ୍ଥାନୀୟ ଡାକ୍ତରଖାନା ରେ ଚିକିତ୍ସା ଯୋଗାଇ ଦିଆଯାଇଛି । ମୋଟା ମୋଟି ଭାବରେ ଶାନ୍ତିପୂର୍ଣ୍ଣ ଭାବରେ ବୀରମହାରାଜାପୁର ବ୍ଲକ ରେ ତ୍ରିସ୍ତରୀୟ ପଞ୍ଚାୟତ ଭୋଟ୍ ପାଇଁ ମତଦାନ ସମ୍ପୂର୍ଣ୍ଣ ହୋଇଛି
Post a Comment