ଚଉଁରିଆପଦରରେ ଶାନ୍ତି ଶୃଙ୍ଖଳାରେ ସରିଲା ସାନି ନିର୍ବାଚନ


ବୌଦ୍ଧ,(ହୃଦାନନ୍ଦ ମେହେର) ବୌଦ୍ଧ ଜିଲ୍ଲା ରକ୍ସା ପଞ୍ଚାୟତ ଅନ୍ତର୍ଗତ ୧ ନମ୍ବର ୱାର୍ଡ ଚଉଁରିଆପଦରରେ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇଥିଲା। ହେଲେ ଉକ୍ତ ବୁଥ ରେ ଅବାଧ, ନିରପେକ୍ଷ ଓ ମୁକ୍ତ ନିର୍ବାଚନ ହୋଇ ନ ଥିବା ନେଇ ଅଭିଯୋଗ ହୋଇଥିଲା। ପିଜାଇଡିଙ୍ଗ ଅଫିସର ଙ୍କ ଅଭିଯୋଗ କୁ ଆଧାର କରି ରାଜ୍ୟ ନିର୍ବାଚନ କମିଶନର ଙ୍କ ପତ୍ର ସଂଖ୍ୟା ୩୩୫୭ ରେ ଆସନ୍ତା ୨୩ ତାରିଖ ସାନି ମତଦାନ ହେବାକୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।ଆଜି ଉକ୍ତ ଚଉଁରିଆପଦର୍ ବୁଥ୍ ରେ ସକାଳ ୯ଟାରୁ ଅପରାହ୍ନ ତିନିଟା ପର୍ଯ୍ୟନ୍ତ ମତଦାନ ଚାଲିଥିଲା | ଉକ୍ତ ବୁଥ ରେ ଭୋଟର୍ ସଂଖ୍ୟା ୨୫୪ ଥିବା ବେଳେ ୨୧୯ ଜଣ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିଥିଲେ । 


ସାନି ମତଦାନ ହେଉଥିବାରୁ ଆଜି ଉକ୍ତ ବୁଥ ରେ ପ୍ରଶାସନିକ ଅଧିକାରୀ ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ଵିନୀ ମେହେର, ବୌଦ୍ଧ ତହସିଲଦାର ଅବିନାଶ ପାଣ୍ଡିଆ ,ଉପଖଣ୍ଡ ପୋଲିସ ଅଧିକାରୀ ଆନନ୍ଦ ବର୍ଦ୍ଧନ ଗୁରୁ ଓ ଡି ଏସ ପି ତପସ୍ଵିନୀ କହଁର , ମନମୁଣ୍ଡା ଥାନା ଅଧିକାରୀ ଗୋପୀନାଥ ପ୍ରଧାନଙ୍କ ସହ ବ୍ୟାପକ ସଶସ୍ତ୍ର ପୋଲିସ ଫୋର୍ସ ମୁତୟନ ଥିଲେ | ପୋଲିସର କଡା ସୁରକ୍ଷା ବଳୟ ସହ ଶାନ୍ତିଶୃଙ୍ଖଳା ରେ ମତ ଦାନ ଚାଲିଥିବା ଦେଖିବାକୁ ମିଳିଛି। ସାନୀ ନିର୍ବାଚନ ସହ ଅମୁର୍ଡ଼ା ଓ ମହେଶ୍ୱରପିଣ୍ଡା ରେ ପୁନଃ ଭୋଟ ଗ୍ରହଣ ନ ହେବା ଯୋଗୁଁ ଭୋଟରଙ୍କ ମନରେ ଅସନ୍ତୋଷ ଦେଖିବାକୁ ମିଳିଥିଲା | ଲୋକେ ଭୋଟ ଦେବା ପାଇଁ ଖରାରେ ଲମ୍ବା ଲାଇନ୍ ରେ ଭୋଟ ଗ୍ରହଣ କେନ୍ଦ୍ରରେ ଭିଡ଼ ଦେଖିବାକୁ ମିଳିଥିଲା | ମୋଟାମୋଟି କହିବାକୁ ଗଲେ ପୂର୍ବ ଅପେକ୍ଷା ଏଥର ଅଧିକ ସଂଖ୍ୟକ ଭୋଟର ମତଦାନ କରିବା ସହ ଶାନ୍ତି ଶୃଙ୍ଖଳା ବଜାୟ ରହି ସାନି ମତଦାନ ସମ୍ପନ୍ନ ହୋଇଥିଲା | 


ବୌଦ୍ଧରୁ ଜିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ଆଜତକ ଓଡ଼ିଶା

Post a Comment

Previous Post Next Post