ବାଲିଆପାଳ,(ପ୍ରଭାକର ମଲ୍ଲିକ)ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଜି ଠାରୁ ତିନିଦିନ ଭୋଟ ଗଣତି କାର୍ଯ୍ୟ ଆରମ୍ଭ ହେବାକୁ ଥିବାବେଳେ ଆଜି ବାଲିଆପାଳ ବ୍ଲକ ରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟଗଣତି କାର୍ଯ୍ୟ ଆରମ୍ଭ ହୋଇଛି। ସୁରକ୍ଷା ବ୍ୟବସ୍ଥା ନିମନ୍ତେ ତିନି ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ତେବେ ଆଜି ପ୍ରଥମ ଦିନରେ ୨୧ ନମ୍ବର ଜୋନ୍ ରେ ଥିବା ଆଠଟି ପଞ୍ଚାୟତର ଗଣତି କାର୍ଯ୍ୟ ଚାଲୁ ରହିଛି ।ଏଠାରେ ସୂଚନାଯୋଗ୍ୟ ବାଲିଆପାଳ ରେ ଚାରୋଟି ଜିଲ୍ଲା ପରିଷଦ ଜୋନ୍ ୨୧,୨୨,୨୩,୨୪ ରହିଛି।
ପ୍ରଥମ ଦିନରେ ୨୧ ନମ୍ବର ଜୋନ୍ ର ଶ୍ରୀରାମପୂର,ବାଲିକୁଟୀ,ବଳରାମପୁର,ନିଖିରା,ଦେଭୋଗ,ଘଣ୍ଟୁଆ,କୁମ୍ଭାରୀ ଓ ଅସ୍ତି ପଞ୍ଚାୟତ ର ଗଣତି ଆରମ୍ଭ କରା ଯାଇ ଏବେ ପ୍ରଥମେ ସମସ୍ତ ପଞ୍ଚାୟତର ଓ୍ବାର୍ଡସଭ୍ୟ ପ୍ରାର୍ଥୀ ମାନଙ୍କ ର ବାଲାଟ୍ ସର୍ଟିଙ୍ଗ କାର୍ଯ୍ୟ ଚାଲୁରହିଛି। ତତ୍ପରେ ସରପଞ୍ଚ, ସମିତି ସଭ୍ୟ ଓ ଶେଷରେ ଜିଲ୍ଲା ପରିଷଦ ପ୍ରାର୍ଥୀ ମାନଙ୍କ ର ଗଣତି ହେବାର ସୂଚନା ମିଳିଛି।
ବାଲେଶ୍ଵର ଜିଲ୍ଲା ବାଲିଆପାଳ ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ ।
Post a Comment