ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ଆଗାମୀ ଦିନରେ ସ୍କୁଲ ଖୋଲିବା ନେଇ ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିବା ପାଇଁ ଆଜି ହରଭଙ୍ଗା ବ୍ଲକ ରେ ଅଭିଯାନ ଆରମ୍ଭ ହୋଇଯାଇଛି!ସୂଚନା ଅନୁଯାଇ କୋଭିଡ ମହାମାରୀ, ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ କୁ ନେଇ କିଛି ଦୀନ ପାଇଁ ସ୍କୁଲ ବନ୍ଦ ହୋଇଯାଇଥିଲା!କିନ୍ତୁ ସରକାର ଙ୍କ ନିୟମ ଅନୁଯାଇ ଆସନ୍ତା ୨୮ତାରିଖ ପରେ ସ୍କୁଲ ଗୁଡିକ ରେ ଛାତ୍ର ଓ଼ ଛାତ୍ରୀ ମାନେ କେମିତି ଅଧିକ ସଂଖ୍ୟାରେ ସ୍କୁଲ ଗୁଡିକ ରେ ଯୋଗ ଦେଇ ନିୟମିତ ଉପସ୍ଥିତ ରହିବେ ସେଥିପାଇଁ ପ୍ରସ୍ତୁତି ଅଭିଯାନ ଆରମ୍ଭ ହୋଇଯାଇଛି!
ଉକ୍ତ ଅଭିଯାନ ରେ ହରଭଙ୍ଗା ବ୍ଲକ ଚାରିଛକ ସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଓ଼ ପୁରୁଣା କଟକ ହାଇସ୍କୁଲ ଦଶମ,ନବମ ଓ଼ ସପ୍ତମ ଶ୍ରେଣୀର ଛାତ୍ର ଓ଼ ଛାତ୍ରୀ ସମେତ ସିଡିପିଓ ନିରୁପମା ପାଣି, ସୁପର ଭାଇଜର ସୌଦାମିନୀ ପଣ୍ଡା, ଶୁଭଶ୍ରୀ ଶୁଭସ୍ମିତା, ହାଇସ୍କୁଲ ର ସମସ୍ତ ଶିକ୍ଷକ ଓ଼ ଶିକ୍ଷୟିତ୍ରୀ, ପୁରୁଣା କଟକ ର ୧,୨,୩, ର ସମସ୍ତ ଅଙ୍ଗନବାଡି କର୍ମି ଶୋଭାଯାତ୍ରା ରେ ଯୋଗଦେଇ ସହର ପରିକ୍ରମା କରି ପିଲାଙ୍କୁ ୨୮ତାରିଖ ରେ ସ୍କୁଲ ଖୋଲିବା ପରେ ନିୟମିତ ସ୍କୁଲ କୁ ଆସିବା ପାଇଁ ଉତ୍ସାହିତ କରିଥିଲେ!
Post a Comment