ସୁବର୍ଣ୍ଣପୁର(ଗଣପତି ବାଘ)ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଅର୍ଜୁନପୁର ବୁର୍ଡା ରାସ୍ତାକଡରେ ଥିବା ଏକ ବରଗଛରେ ପିଟି ହେଲା କୋଇଲା ବୋଝେଇ ଟ୍ରକ । ଟ୍ରକ୍ ଡ଼୍ରାଇଭର ନିଜ ସିଟ ରେ ଚାପି ହୋଇ ରହିଯାଇଥିବା ବେଳେ ଟ୍ରକ ଡ୍ରାଇଭର ମୃତ୍ୟୁ ବରଣ କରିଥିବା ଜଣାପଡିଛି । ଟ୍ରକ ଟି ସୋନପୁର ପଟୁ ବିଶିମୁଣ୍ଡା ଗାଁ କୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ଜୋର ରେ ଏକ ବରଗଛ ରେ ପିଟି ହୋଇ ଯାଇଛି । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ଡ୍ରାଇଭର କୁ ଟ୍ରକରୁ କଟର ସାହାଯ୍ୟ ରେ କାଟି ଉଦ୍ଧାର କରାଯାଉଛି । ଏ ପର୍ଯ୍ୟନ୍ତ ଡ୍ରାଇଭର ର ପରିଚୟ ଅସ୍ପଷ୍ଟ ରହିଛି ।
ଗଛରେ ପିତିଲା ଟ୍ରକ : ଘଟଣା ସ୍ଥଳରେ ଡ୍ରାଇଭର ମୃତ
ଆଜତକ ଓଡ଼ିଶା
0
Tags
ବ୍ରେକିଂ ନ୍ୟୁଜ
Post a Comment