ବୌଦ୍ଧ,(ହୃଦାନନ୍ଦ ମେହେର) ତାମିଲନାଡୁ ତଞ୍ଜାପବୁର ସେକ୍ରେଟ ହାର୍ଟ ହାଇସ୍କୁଲର ଛାତ୍ରୀ ଲାବନ୍ୟାଙ୍କୁ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିବାକୁ ବାରମ୍ବାର ନିର୍ଯାତନା ଦେବା ହେତୁ ସେ ଆତ୍ମହତ୍ୟା କରିଥିଲା ।ଏହାକୁ ବିରୋଧ ସହ ଲାବନ୍ୟା କୁ ନ୍ୟାୟ ଦାବି ପାଇଁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଷ୍ଟ୍ରୀୟ ସମ୍ପାଦିକା ନିଧି ତ୍ରିପାଠୀ ଙ୍କ ସହ ୩୫ ଜଣ କାର୍ଯ୍ୟକର୍ତ୍ତା ତାମିଲନାଡୁ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଥିବା ବେଳେ ପୁଲିସ ସେମାନଙ୍କୁ ବଳପୁର୍ବକ ଗିରଫ କରିଛି । ଏହି ପରିପେକ୍ଷୀରେ ଆଜି ବୌଦ୍ଧ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ପୁରୁଣାକଟକ ଭୈରବୀ ମହାବିଦ୍ୟାଳୟ ସମ୍ଭୁଖରେ ଆଜି ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଦୃଢ ନିନ୍ଦା କରିଛି । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଅତି ଶୀଘ୍ର ଛାତ୍ରୀ ଲାବନ୍ୟା କୁ ଯଦି ନ୍ୟାୟ ନ ମିଳେ ତେବେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବୌଦ୍ଧ ରାଜରାସ୍ତା କୁ ଓଲ୍ଲାଇବ ବୋଲି ଚେତାବନି ଦେଇଛନ୍ତି ଜିଲ୍ଲା ସଂଯୋଜକ ଦେବାଶିଷ ସେଠି । ଏହି କାର୍ଯ୍ୟକ୍ରମରେ ଦେବାଶିଷ ପ୍ରଧାନ , ସ୍ବଦେଶ କୁମାର ସାହୁ , ବାଦଲ ନାୟକ , ସୂର୍ଯ୍ୟ ବେହେରା, ରୀତିକ ବେହେରା, ଦୟା ସାଗର ବେହେରା, ବିକାଶ କଅଁର,କ୍ଷଣପ୍ରଭା ସାହୁ,ଗଙ୍ଗାଧର ସେଠି,ବନିତା ମଲ୍ଲିକ,ପ୍ରମୁଖ ଉପସ୍ଥିତ ଥିଲେ ।
ବୌଦ୍ଧରୁ ଜିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ଆଜତକ ଓଡ଼ିଶା
Post a Comment