ସୁବର୍ଣ୍ଣପୁର (ଗଣପତି ବାଘ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ର ଉଦେପଦର ଗାଁ ର ୪ ନମ୍ବର ବୁଥ ରେ ସାଧାରଣ ଲୋକଙ୍କ ଭଳି ଲମ୍ବା ଧାଡିରେ ଛିଡା ହୋଇ ମତାଧିକାର ସାବ୍ୟସ୍ତ କରିଛନ୍ତି ବିରମହାରାଜ ପୁର ବିଧାୟକ ତଥା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମ ନାଭ ବେହେରା। ବିରମହାରାଜପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବରେ ନିର୍ବାଚିତ ହେଲା ଦିନ ଠାରୁ ତାଙ୍କର ଏହି ଉଦେପଦର ବୁଥ ରେ ଭୋଟ ଦେଇ ଆସୁଛନ୍ତି ପଦ୍ମନାଭ ବେହେରା।ନିଜ ଭୋଟ ଅଧିକାର କୁ ସାବ୍ୟସ୍ତ କରିବା ପ୍ରତ୍ୟେକ ନାଗରିକଙ୍କ ଅଧିକାର। ଏଥି ପାଇଁ ସେ ବି ଏକ ଭୋଟର ଭାବରେ ମତଦାନ କରି ତାଙ୍କ ଅଞ୍ଚଳର ଉଚିତ ପ୍ରାର୍ଥିଙ୍କୁ ଚୟନ କରିଛନ୍ତି । ଚଳିତ ପଂଚାୟତ ନିର୍ବାଚନ ରେ ବିଜେଡି ଗତ ନିର୍ବାଚନ ଅପେକ୍ଷା ବାଜିମାତ କରିବ ବୋଲି ମନ୍ତ୍ରୀ ପଦ୍ମ ନାଭ ବେହେରା ଦୃଢକ୍ତି ପ୍ରକାଶ କରିଛନ୍ତି ।
ମନ୍ତ୍ରୀ ବାଛିଲେ ଉଚିତ ପ୍ରାର୍ଥି
ଆଜତକ ଓଡ଼ିଶା
0
Post a Comment