ଅଜ୍ଞାତବାସରେ ସମିତି ସଭ୍ୟ ପ୍ରାର୍ଥୀ : ନେତା ମାନଙ୍କ ମଧ୍ୟରେ ଜୋରଦାର ଛକାପଞ୍ଝା


ତୁରେକେଲା,(ଆଜତକ୍ ଓଡ଼ିଶା) : ତୁରେକେଲା ବ୍ଳକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସରି ଯାଇଥିଲେ ମଧ୍ୟ ଏହି ନିର୍ବାଚନକୁ ନେଇ ଚର୍ଚ୍ଚା ଥମି ନାହିଁ । ନିର୍ବାଚନରେ ସମିତି ସଭ୍ୟ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରିଥିବା ଆଶାୟୀଙ୍କ ମଧ୍ୟରୁ ହାତ ଗଣତି କେତେ ଜଣଙ୍କୁ ଛାଡିଦେଲେ ଅଧିକାଂଶ ପ୍ରାର୍ଥୀ ଅଜ୍ଞାତବାସ ଅବା ପରିଭ୍ରମଣରେ ଅଛନ୍ତି । ତୁରେକେଲା ବ୍ଳକ୍ ଅଧ୍ୟକ୍ଷ ଆସନ ହାତେଇବାକୁ ଅଶାୟୀ ଥିବା ନେତାମାନେ ବ୍ଳକର ବିଭିନ୍ନ ପଞ୍ଚାୟତରେ ନିଜ ପସନ୍ଦର ଲୋକଙ୍କୁ ସମିତି ସଭ୍ୟ ପ୍ରାର୍ଥୀ ଛିଡା କରାଇଥିଲେ। ନିର୍ବାଚନ ସରିଗଲା ପରେ ନେତାମାନେ ନିଜ ନିଜ ସମର୍ଥକ ପ୍ରାର୍ଥୀଙ୍କୁ ନିଜ ଅକ୍ତିଆରରେ ରଖି ଅଧ୍ୟକ୍ଷ ନିର୍ବାଚନରେ ବିଜୟୀ ହେବାକୁ ଏଭଳି ପନ୍ଥା ଅବଲମ୍ବନ କରିଛନ୍ତି ବୋଲି ସଚେତନ ନାଗରିକ ମହଲରେ ଚର୍ଚ୍ଚା ହେଉଛି । ତେବେ ନେତା ମାନେ ଛିଡା କରାଇଥିବା ପ୍ରାର୍ଥୀଙ୍କ ମଧ୍ୟରୁ କିଏ ଜିତିବ କିଏ ହାରିବ ତାହା ଆସନ୍ତା ୨୬ ଏବଂ ୨୭ ତାରିଖ ନିର୍ବାଚନ ଫଳାଫଳ ଷୋଷଣା ହେଲାପରେ ଜଣାପଡିବ। ତେବେ ଅଧ୍ୟକ୍ଷ ପଦ ପାଇଁ ଆଶାୟୀ ଥିବା ନେତା ମାନଙ୍କ ମଧ୍ୟରୁ କେଉଁ ନେତାଙ୍କ କେତେ ଜଣ ଅନୁଗତ ସମିତି ସଭ୍ୟ ବିଜୟୀ ହେଉଛନ୍ତି ତାହା ସ୍ପଷ୍ଟ ହୋଉଯିବ । ଏହାପରେ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଅଶାୟୀ ନେତା ମାନଙ୍କ ମଧ୍ୟରେ ଜୋରଦାର ଛକାପଞ୍ଝା ଓ କସରତ ଦେଖିବାକୁ ମିଳିବ।

Post a Comment

Previous Post Next Post