ବାଲେଶ୍ବର,(ପ୍ରଭାକର ମଲ୍ଲିକ) ବାଲିଆପାଳ ବ୍ଲକ ର ମଧୁପୁରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚୌଧୁରୀକୁଦ ଗ୍ରାମରେ ତ୍ରିନାଥ ମେଳା କମିଟି ପକ୍ଷରୁ ସୋମବାର ଅଷ୍ଟପ୍ରହରୀ ନାମ ଯଜ୍ଞ ସମାପନ ହୋଇଯାଇଛି। ପଞ୍ଚରୁଖି, ଚରବସ୍ତ କାଳରୁଇ, ବାଲିଆପାଳ ଆଦି ଆଖ ପାଖ ଗ୍ରାମର ଯୁବକ ମାନେ ମହାମାରୀ କରୋନା ର କାୟା ବିସ୍ତାର କରକୁ ଐଶ୍ୱରିକ ଶକ୍ତି ଦ୍ୱାରା ସଂସାର ରୁ ନିପାତ କରିବା ପାଇଁ ୨୦୧୯ ମସିହା ଠାରୁ ତ୍ରିନାଥ ଗୋସେଇଁ ଙ୍କ ମେଳା କରି ଆସୁଛନ୍ତି। ହେଲେ କରୋନା ଦିନକୁ ଦିନ ଭିନ୍ନ ଭିନ୍ନ ରୂପ ପରିବର୍ତ୍ତନରେ ଭୟଭୀତ ହୋଇ ଧରାଧାମରେ ସମସ୍ତ ଜୀବ ଜଗତ କୁ ମହାପ୍ରଭୁଙ୍କ ଠାରେ ସମର୍ପଣ କରି ମହାମାରୀ କରୋନା ସମୂଳେ ଧ୍ଂସ କରିବା ପାଇଁ ରବିବାର ଠାରୁ ଅଷ୍ଟ ପ୍ରହର ନାମ ଯଜ୍ଞ ଓ ସଂକୀର୍ତ୍ତନ ଆରମ୍ଭ ହୋଇ ହୋଇଥିଲା। ନାମ ଯଜ୍ଞ ଓ ସଂକୀର୍ତ୍ତନ ଦିବା ରାତ୍ର ହୋଇ ସୋମବାର ସମାପନ ହୋଇଥିଲା।ନାମ ଯଜ୍ଞ ଓ ସଂକୀର୍ତ୍ତନରେ ସାମିଲ ଥିବା ହରି ପ୍ରେମୀ ମାନଂକ ପାଇଁ ପ୍ରସଦା ସେବନ ର ବ୍ୟବସ୍ଥା କରାଯାଇଥିଲା।
ସନ୍ଧ୍ୟା ସମୟର ଆୟୋଜିତ ତ୍ରିନାଥ ଗୋସେଇଁ ଙ୍କ ବାର୍ଷିକ ମେଳା ଉତ୍ସବ ରେ ବହୁ ଭକ୍ତ ଉପସ୍ଥିତ ଗୋସେଇଁ ଙ୍କୁ ପୁଷ୍ପାଞ୍ଜଳୀ ପ୍ରଦାନ କରିବା ସହିତ ପ୍ରାସାଦ ସେବନ କରି ଆନନ୍ଦ ଅନୁଭବ କରିଥିଲେ। ପଞ୍ଚାନନ ସାହୁ, ଅଜିତ ମାହାନ୍ତି, କାଳୀଚରଣ ସାହୁ, ଗୋବିନ୍ଦ ମାହାନ୍ତି, ଧଞ୍ଜୟ ବେହେରା, ମହେଶ୍ୱର ସାହୁ, ମିଲନ ମାହାନ୍ତି, ଲମ୍ବୋଦର ମାହନା, ସଞ୍ଜୟ ବେହେରା, ଶମ୍ବୁ ନାଥ ସାହୁ, ସନ୍ତୋଷ ଦଣ୍ଡପାଟ , ବାବାଜୀ ମାହାନ୍ତି, ହରିବୋଲ ମଙ୍ଗରାଜ, ଶ୍ରୀକାନ୍ତ ମହାନ, ଙ୍କ ସହିତ କମିଟିର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ଙ୍କ ସହଯୋଗରେ ସମସ୍ତ କାର୍ଯ୍ଯ ସମାପନ ହୋଇଥିଲା।
ବାଲେଶ୍ଵର ଜିଲ୍ଲା ବାଲିଆପାଳ ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ ।
Post a Comment