ଜାମକୁଣ୍ଡା ପଞ୍ଚାୟତରେ ବିଜେପି ପକ୍ଷରୁ ନିର୍ବାଚନି କର୍ମୀ ସମାବେଶ ଅନୁଷ୍ଠିତ।


ବାଲେଶ୍ବର,(ପ୍ରଭାକର ମଲ୍ଲିକ) ପ୍ରାର୍ଥୀ ପତ୍ର ଦାଖଲ ପରେ ବାଲିଆପାଳ ବ୍ଲକର ବିଭିନ୍ନ ପଞ୍ଚାୟତରେ ନିର୍ବାଚନ ଉଷ୍ମତା ବୃଦ୍ଧି ହେବାରେ ଲାଗିଛି।ବାଲିଆପାଳ ବ୍ଲକର ବିଜେପି, ବିଜେଡି ଓ କଂଗ୍ରେସ ଦଳ ପୁରାଦମରେ ପ୍ରଚାର ଚଳାଇଛନ୍ତି।ଶନିବାର ଜାମକୁଣ୍ଡା ପଞ୍ଚାୟତର କୁହ୍ଲାଚଡ ଗ୍ରାମର ଗଣେଶ ଗିରୀଙ୍କ ବାସଭବନରେ ବିଜେପି ପକ୍ଷରୁ ନିର୍ବାଚନୀ କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି।ବାଲିଆପାଳ ମଣ୍ଡଳ ସଭାପତି ମୁରଲୀ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କର୍ମୀ ସମାବେଶରେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଯୋଗଦେଇ ଆଗାମୀ ଫେବ୍ରୁଆରୀ ୧୮ ତାରିଖରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ।ଉକ୍ତ ଦିନ କର୍ମୀମାନେ ଜାମକୁଣ୍ଡା ପଞ୍ଚାୟତ ସମସ୍ତ ୱାର୍ଡ ମେମ୍ବର, ସରପଞ୍ଚ,ସମିତି ସଦଦ୍ୟ ଓ ଜିଲ୍ଲା ପରିଷଦକୁ ବିପୁଳ ଭୋଟରେ ବିଜୟ କରିବା ପାଇଁ ଏବେ ଠାରୁ ପ୍ରାଣ ମୁର୍ଚ୍ଛା ଉଦ୍ୟମ କରିବା ଦରକାର ବୋଲି କହିଥିଲେ।ଜିଲ୍ଲା ଓବିସି ମୋର୍ଚ୍ଛା ସଭାପତି ଅରବିନ୍ଦ ବେହେରା,ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଅଜୟ କୁମାର ସାହୁ,ଅଦୈତ୍ୟ ବାଗ,ଖିତିଶ କୁମାର ଜେନା,ବିସ୍ତାରକ ବିରେନ୍ଦ୍ର ସେନାପତି, ନିଳକଣ୍ଠ ଜେନା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ।


କର୍ମୀସମାବେଶରେ ୨୩ ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ସତ୍ୟରଞ୍ଜନ ମଣ୍ଡଳ,ଜାମକୁଣ୍ଡା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଅମିତ୍ର ପଟାୟତ,ସମିତି ସଦସ୍ୟା ପ୍ରାର୍ଥୀ ମିଲି ମହାନା ପ୍ରମୁଖ ନିଜ ନିଜ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଥିଲେ।କର୍ମୀସମାବେଶରେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଉପସ୍ଥିତିରେ ରାମ ଚନ୍ଦ୍ର ମହାନ୍ତିଙ୍କ ନେତୃତ୍ୱରେ ବହୁ ବିଜେଡି ଦଳର କର୍ମୀ ଦଳ ଛାଡ଼ି ବିଜେପିରେ ଯୋଗଦେଇଥିଲେ।ଜାମକୁଣ୍ଡା ପଞ୍ଚାୟତ ସଭାପତି ସୁନୀଲ ପରିଡା ଧନ୍ୟବାଦ ଦେଇଥିଲେ।ଗଣେଶ ଗିରି,କାଳୀଚର ଦାସ,ରାଜକିଶୋର ପ୍ରଧାନ, ଗୌତମ ଗିରି,ରାଜୀଵଲୋଚନ ରାଉତ, ନିରୋଜ ପ୍ରଧାନ, ଧନଞ୍ଜୟ ରଙ୍ଗ ପ୍ରମୁଖ ସହଯୋଗ କରିଥିଲେ। 

ବାଲେଶ୍ଵର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ ।

Post a Comment

Previous Post Next Post