ପଞ୍ଚାୟତ ପ୍ରିମିୟର ଲିଗ କ୍ରିକେଟ, ନଦିମ ରୟାଲ ଟିମ ଚମ୍ପିୟାନ ।


ବସ୍ତା,(ପ୍ରଭାକର ମଲ୍ଲିକ)ବସ୍ତା ବ୍ଲକ ଗଡ଼ପଦା ପଞ୍ଚାୟତ ଅନ୍ତର୍ଗତ ଲଛମନଖୁଣ୍ଟା ବୀର ହନୁମାନ ସ୍ପଟିଙ୍ଗ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଦ୍ୱିତୀୟ ବାର୍ଷିକ ଟି- ୧୦ ପଞ୍ଚାୟତ ପ୍ରିମିୟର ଲିଗ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ ରେ ଵିନୋରି ଇଲେଭେନ ଟିମ କୁ ୬୧ ରନ ରେ ପରାସ୍ତ କରି ନଦିମ ରୟାଲ ଟିମ ଚମ୍ପିୟାନ ହୋଇଛି । ପ୍ରଥମେ ନଦିମ ରୟାଲ ଟିମ ବ୍ୟାଟିଂ କରି ୧୬୫ ରନ ସଂଗୃହିତ କରିଥିଲେ । ବ୍ୟାଟ୍ସମ୍ୟାନ ଚିଣ୍ଟୁ ସର୍ବାଧିକ ୯୦ ରନ କରି ମ୍ୟାନ ଅଫ ଦା ମ୍ୟାଚ ବିବେଚିତ ହୋଇଥିଲେ। ଜବାବ ରେ ଵିନୋରି ଇଲେଭେନ ଟିମ ୮୪ ରନ ରେ ଅଲ ଆଉଟ ହୋଇଯାଇଥିଲେ। ଅମ୍ପାୟାର ରବିରାମ ସିଂ ଓ ମଣ୍ଟୁ ବାରିକ ମ୍ୟାଚ ପରିଚାଳନା କରିଥିଲେ। ରତିକାନ୍ତ ସିଂ ଓ ସଦାଶିବ ସାହୁ ସ୍କୋରିଙ୍ଗ ଦାୟିତ୍ୱ ରେ ଥିଲେ । ଶିକ୍ଷାବିତ ବିଜୟ କୁମାର ମହାନ୍ତଙ୍କ ପୌରାହିତ୍ୟରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ମୁଖ୍ୟଅତିଥି ବିଶିଷ୍ଟ ଶିଳ୍ପପତି ସଲିମ ଖାଁ ଏବଂ ସମ୍ମାନିତ ଅତିଥି ଭାବେ ପ୍ରେସ କ୍ଲବ ସଭାପତି ବାଞ୍ଛାନିଧି ଦେ ଯୋଗ ଦେଇ ଚମ୍ପିୟାନ ଦଳ କୁ ନଗଦ ୮ ହଜାର ଟଙ୍କା, ରନର୍ସ ଅପ ଦଳ କୁ ୬ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ । କ୍ଲବ କର୍ମକର୍ତ୍ତା କ୍ରିଷ୍ଣଗୋପାଳ ଦାସ, ଅଜୁ ସିଂ, ବ୍ରଜ ସିଂ, ବୀରେନ୍ଦ୍ର ସିଂ ପ୍ରମୁଖ ଟୁର୍ନାମେଣ୍ଟ ପରିଚାଳନା ରେ ସହଯୋଗ କରିଥିଲେ ।

ବାଲେଶ୍ଵର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ ।

Post a Comment

Previous Post Next Post