ବୌଦ୍ଧ,(ହୃଦାନନ୍ଦ ମେହେର) ଆଜି ହେଉଛି ଫେବୃଆରୀ ୨୭ ତାରିଖ। ଏହି ଦିନ ଦେଶର ବିଭିନ୍ନ ସ୍ଥାନରେ ପଲସ ପୋଲିଓ ବୁନ୍ଦା ଦିଆଯାଉଛି। ସେହି ପରି ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ଅଙ୍ଗନୱାଡି କେନ୍ଦ୍ରରେ ଲକ୍ଷ୍ମୀପ୍ରସାଦ ୧ ଓ ଲକ୍ଷ୍ମୀପ୍ରସାଦ ୨ରେ ପଲସ ପୋଲିଓ ବୁନ୍ଦା ଦିଆଯାଉଛି। ଏହି ଅଙ୍ଗନୱାଡି କେନ୍ଦ୍ରରେ ମୋଟ ୧୯୩ ଜଣ ଶିଶୁଙ୍କୁ ପଲସ ପୋଲିଓ ବୁନ୍ଦା ଦିଆଯିବ। ୦ ରୁ ୫ ବର୍ଷର ଛୋଟ ଶିଶୁ ମାନଙ୍କୁ ପୋଲିଓ ବୁନ୍ଦା ଦିଆଯିବା ସହ, ଯେଉଁ ଶିଶୁ ତାଙ୍କ ପିତାମାତା ଙ୍କ ସହ ଅନ୍ୟ ଗାଁ ରୁ ଆସିଛନ୍ତି ଓ ବାହାରେ କାମକରି ଚଳୁଛନ୍ତି ସେମାନଙ୍କର ଶିଶୁ ମାନଙ୍କୁ ମଧ୍ୟ ପଲସ ପୋଲିଓ ବୁନ୍ଦା ଦିଆଯାଉଛି। ଯେଉଁ ପିତାମାତା ବୁଝିପାରୁ ନାହାଁନ୍ତି ଓ ପୋଲିଓ ଦେବା ପାଇଁ ରାଜି ହେଉ ନାହାଁନ୍ତି କିମ୍ବା ଅଙ୍ଗନୱାଡି କେନ୍ଦ୍ରକୁ ଆସୁନାହାଁନ୍ତି ସେମାନଙ୍କୁ ବୁଝାଇ, ସେମାନଙ୍କ ଘରକୁ ମଧ୍ୟ ଯାଇ ପୋଲିଓ ବୁନ୍ଦା ଦିଆଯାଉଛି। ଯେଉଁ ଶିଶୁ ପୋଲିଓ ବୁନ୍ଦା ନ ନିଅନ୍ତି ସେ ବିକଳାଙ୍ଗ ଓ ତାର ହାତଗୋଡ ବଙ୍କା ହୋଇଯାଏ। ଏଥିରେ ଅଙ୍ଗନୱାଡି କେନ୍ଦ୍ର ଲକ୍ଷ୍ମୀପ୍ରସାଦ ୧ ର ଅଙ୍ଗନୱାଡି କର୍ମୀ ଭାରତୀ ପାତ୍ର ଓ ଆଶା କର୍ମୀ ସନ୍ଧ୍ୟାରାଣୀ ମେହେର ଏବଂ ଲକ୍ଷ୍ମୀପ୍ରସାଦ ୨ର ଅଙ୍ଗନୱାଡି କର୍ମୀ ଶାନ୍ତିଲତା ପ୍ରଧାନ ଓ ଆଶାକର୍ମୀ କୁନି ସେଠୀ ସମସ୍ତ ଶିଶୁ ଙ୍କୁ ପଲସ ପୋଲିଓ ବୁନ୍ଦା ଦେଇଥିଲେ। ଅଙ୍ଗନୱାଡି କେନ୍ଦ୍ରରେ ୧୯୩ ଜଣ ଥିବା ଶିଶୁ ଙ୍କ ମଧ୍ୟ ରୁ ୧୮୧ ଜଣଙ୍କୁ ପଲସ ପୋଲିଓ ବୁନ୍ଦା ଦିଆଯାଇଛି ।
ବୌଦ୍ଧରୁ ଜିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ଆଜତକ ଓଡ଼ିଶା
Post a Comment