ବୌଦ୍ଧ,(ହୃଦାନନ୍ଦ ମେହେର) ବୌଦ୍ଧ କେନ୍ଦ୍ରେୀୟ ବିଦ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଦ୍ୱିତିୟ ପରିଚାଳନା କମିଟି ବୈଠକ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରୀୟ ବିଦ୍ୟାଳୟର ଭାରପ୍ରାପ୍ତ ଅଧକ୍ଷ୍ୟା ରାଜଲକ୍ଷ୍ମୀ ବିଶ୍ୱାଳ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ବିଦ୍ୟାଳୟର ଦ୍ୱାଦଶ ପରୀକ୍ଷାରେ ଶତପ୍ରତିଶତ ଛାତ୍ର ଛାତ୍ରୀ ପାଶ କରିଥିବା ସୁଚନା ଦେଇଥିଲେ । ବୈଠକରେ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା । କରୋନା ପାଇଁ ବିଦ୍ୟାଳୟ ବନ୍ଦ ରହିବା, ସିବିଏସଇ ବୋର୍ଡ ପରୀକ୍ଷା ବନ୍ଦ ରହିବା, ସମସ୍ତ ଶ୍ରେଣୀ ପାଇଁ ହେଉଥିବା ଅନଲାଇନ କ୍ଳାସ ଓ ଅଫଲାଇନ ଶିକ୍ଷା ସଂପର୍କରେ ଆଲୋଚନା କରାଯାଇଥିଲା । କୋଭିଡ ୧୯ ଯୋଗୁଁ ବିଦ୍ୟାଳୟକୁ ଆସୁଥିବା ଛାତ୍ରଛାତ୍ରୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହୋଇପାରି ନ ଥିବାରୁ ସେଥିପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଅନୁରୋଧ କରାଯାଇଥିଲା । ଏଥିସହିତ ବିଦ୍ୟାଳୟ ସମ୍ମୁଖରେ ଥିବା ବିଦ୍ୟୁତ ଖୁଣ୍ଟ ସ୍ଥାନାନ୍ତର ହୋଇସାରି ଥିବାବେଳେ ଅଭିଭାବକ ମାନଙ୍କ ପାଇଁ ବିଶ୍ରାମସ୍ଥଳ ନିର୍ମାଣ, ବିଦ୍ୟାଳୟ ବାହାରେ ଡଷ୍ଟବିନର ବ୍ୟବସ୍ଥା ଓ ବିଦ୍ୟାଳୟ ସାମନାକୁ ପରିଷ୍କାର କରିବା ପାଇଁ ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଅନୁରୋଧ କରାଯାଇଥିଲା । ଏହାସହ ବିଦ୍ୟାଳୟରେ ଥିବା ପମ୍ପ ହାଉସ ନିକଟରେ ବଡ ଗେଟ ନିର୍ମାଣ, ବିଦ୍ୟାଳୟ ସମ୍ମୁଖରେ ସ୍ପିଡବ୍ରେକର ବ୍ୟବସ୍ଥା ଆଦି ଉପରେ ଆଲୋଚନା ହୋଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ , ବୌଦ୍ଧ ଜବାହାର ନବୋଦୟ ବିଦ୍ୟାଳୟର ଅଧକ୍ଷ୍ୟା ଜୋଲି ଟୋମି , ଜିଲ୍ଲା ସୁଚନା ଲୋକସଂପର୍କ ଅଧିକାରୀ ରୀତିକାନ୍ତି ବଳିଆରସିଂହ, ଅଭିଭାବକ ସଦସ୍ୟା ଶିକ୍ଷୟିତ୍ରୀ ଅନୁସୟା ପାଣିଗ୍ରାହୀ , ବ୍ରହ୍ମାନନ୍ଦ ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଭୟ କୁମାର ଦାଶ, ଡେପୁଟି କଲେକ୍ଟର ଶାନ୍ତିସୁଧା ପାତ୍ର, ଶିକ୍ଷକ ପ୍ରଦୀପ କୁମାର ପଣ୍ଡା, ଅମରେନ୍ଦ୍ର ଦଳବେହେରା,ହିରଣ୍ମୟ ଭୁକ୍ତା ଓ ପ୍ରଭାତ କୁମାର ଦାଶ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
ବୌଦ୍ଧରୁ ଜିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ଆଜତକ ଓଡ଼ିଶା
Post a Comment