ସୁବର୍ଣ୍ଣପୁର,(ଗଣପତି ବାଗ) ପଂଚାୟତ ନର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ଦଳ ପକ୍ଷରୁ ବିଭିନ୍ନ ପ୍ରକାର ରଣନିତୀ କରାଯାଉଛି ।ଆଜି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକରେ ଶାସକ ବିଜେଡି ଦଳ ପକ୍ଷରୁ ଏକ ବଡ ଧରଣର ମିଶ୍ରଣ ପର୍ବ ଆୟୋଜିତ ହୋଇଯାଇଛି। ଏଥିରେ ବିରମହାରାଜପୁର ନିର୍ବାଚନ ମଣ୍ଡଳି ଉଲୁଣ୍ଡା ବ୍ଲକ ବିଜେଡି ଦଳର ଯୁବ ନେତା କୃତିବାସ ମିଶ୍ର. ଜିଲ୍ଲା ବିଜୁ ଛାତ୍ର ଜନତାଦଳର ଉପସଭାପତି ଅମିୟ ରଞ୍ଜନ ଦାସ ଓ ଯୁବନେତା କୃତିବାସ ଚାନ୍ଦଙ୍କ ଉଦ୍ୟମରେ ଉଲୁଣ୍ଡା ଓ ବୀରମହାରାଜପୁର ବ୍ଲକର ଶତାଧୀକ ବିଜେପି ଓ କଂଗ୍ରେସ ନେତା ବିଜେଡିରେ ଯୋଗଦାନ କରିଛନ୍ତି ।ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଉପସ୍ଥିତିରେ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀମାନେ ପୁର୍ବତନ କଂଗ୍ରେସ ନେତା ଗୋବିନ୍ଦ ମିଶ୍ର ଙ୍କ ନେତୃତ୍ବରେ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି ।ଚଳିତ ତ୍ରୀସ୍ତରିୟ ପଂଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଶାସକ ବିଜେଡି ଦଳରେ ଏହି କର୍ମୀମାନେ ଯୋଗଦାନ କରିଥିବା ବେଳେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଓ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଓ ନିର୍ମଳ ଶାସନକୁ ପାଥେୟ କରି ବିଜେଡିରେ ଯୋଗଦାନ କରିଥିବା କହୁଥିବା ବେଳେ ବିଜେଡି ଦଳରେ ସାମିଲ ହୋଇ ନିଜ ନିଜ ଅଂଚଳର ବିକାଶ କରିପାରିବେ ବୋଲି କହିଛନ୍ତି।ସେପଟେ ବିଜୁ ଜନତା ଦଳ ସବୁବେଳେ ଲୋକଙ୍କ ସାଙ୍ଗରେ ରହି ଲୋକଙ୍କ ସେବା କରିବା ସହିତ ଅଂଚଳର ବିକାଶ କରୁଥିବାରୁ ଲୋକେ ଏହି ଦଳରେ ସାମିଲ ହେବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ବୋଲି କହିଛନ୍ତି ବୀରମହାରାଜପୁର ବିଧାୟକ ତଥା ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।
Post a Comment