ହିନ୍ଦୁ ଧର୍ମ କୁ ନେଇ ମନ୍ତବ୍ୟ କୁ ରାହୁଲ୍ ଗାନ୍ଧୀ ଙ୍କ କୁଶ ପୁତ୍ତଳିକା ଦାହ କଳା ବିଜେପି


ନୂଆପଡା (ପରମେଶ୍ୱର ମେହେର) ଲୋକସଭାରେ ରାହୁଲ ଗାନ୍ଧି ହିନ୍ଦୁ ବିରୋଧୀ ମନ୍ତବ୍ୟକୁ ବିଜେପି ପ୍ରତିବାଦ ଜଣାଇଛି। ଆଜି ନୂଆପଡ଼ାଠାରେ ଜିଲ୍ଲା ଯୁବମୋର୍ଜା ସଭାପତି ଅଭିନନ୍ଦନ ପଣ୍ଡାଙ୍କ ଆହ୍ବାନକ୍ରମେ ଏହାର ପ୍ରତିବାଦ ସହ ରାହୁଲ ଗାନ୍ଧିଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ସଦାନନ୍ଦ ଯୋଷୀ ସଭାପତିତ୍ବରେ ବିଜେପି କାର୍ଯ୍ୟାଳୟରେ ଏକ ପ୍ରତିବାଦ ସଭା ହୋଇଥିଲା। ପରେ ସେଠାରୁ ଏକ ଶୋଭାଯାତ୍ରାରେ ବାହାରି ନୂଆପଡ଼ା ସହର ପରିକ୍ରମା ପୂର୍ବକ ଘାସିରାମ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପରେ ରାହୁଲ ଗାନ୍ଧିଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ଏହି ବିକ୍ଷୋଭ ସଭାରେ ଜିଲ୍ଲା କୋଷାଧ୍ଯକ୍ଷ ସୁଶାନ୍ତ ପତି, ସାଧାରଣ ସମ୍ପାଦକ ତୁଲସ ପଟେଲ, ବିଜୟ ଚନ୍ଦ୍ରପାର, ଡୁମେରପାଣି ସରପଞ୍ଚ ଟେକରାମ ସାହୁ, ଟିକୁ ସାହୁ, ଭକ୍ତବନ୍ଧୁ ରଣା, ଗୋବିନ୍ଦ ଦଣ୍ଡସେନା, ଚୁନୁ ପଟେଲ, ମନୋଜ ସାହୁ, ରାଜୁ ସାହୁ, ପ୍ରଦୀପ ଧରୁଆ, ମୁକେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Post a Comment

Previous Post Next Post