ସୁବର୍ଣ୍ଣପୁର,(ଗଣପତି ବାଗ) ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ଏକ ବଡ ଧରଣର ବାଇକ ରେକଟ ଧରିବାରେ ସକ୍ଷମ ହୋଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରୁ ଚୋରୀ ହୋଇଥିବା ୧୨ଟି ବାଇକ ଜବତ କରିବା ସହିତ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।ଅଭିଯୁକ୍ତମାନେ ହେଲେ ରାଇକେଡା ଗାଁର ୨୧ବର୍ଷିୟ ଅଜୟ କୁଶଲ,ତରଭା ବ୍ଲକ କମସରା ଗାଁର ୩୨ବର୍ଷିୟ ସଦାନନ୍ଦ ରଣା ଓ ୨୩ ବର୍ଷିୟ ଅନିଲ ବିଭାର ଏବଂ ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଗରାଡାମୁଣ୍ଡା ଗାଁର ୨୮ବର୍ଷିୟ ନିଳକଣ୍ଠ ନନ୍ଦ ।ଏମାନେ ଗତ କିଛି ଦିନ ଭିତରେ ସୁବର୍ଣ୍ଣପୁର ଜିଲ୍ଲା ତରଭା ଅଂଚଳରୁ ଗୁଡାଏ ବାଇକ ଚୋରୀ କରିଥିଲେ ।ଦତ ୪ତାରିଖ ଦିନ ଥାନାରେ ବାଇକ ଚୋରୀ ଉପରେ ଅଭିଯୋଗ ହୋଇଥିବା ବେଳେ ପୋଲିସ ଏହି ଘଟଣାକୁ ଗୁରୁତର ଭାବେ ନେଇ ତନାଘନା ଆରମ୍ଭ କରିଥିଲା ।ଗତ କାଲି ତରଭା ପୋଲିସ ସହିତ ଜିଲ୍ଲା ପୋଲିସ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଏମାନଙ୍କ ପାଖରୁ ୧୨ଟି ବାଇକ ଜବତ କରିଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୀତାରାମ ଶତପଥୀ ତରଭା ଥାନାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି।
Post a Comment