ସିନ୍ଧେକେଲା,(ଆଜତକ୍ଓଡ଼ିଶା) ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ମାରୱାଡି ଯୁବାମଞ୍ଚର ନୁତନ ସଭାପତି ଭାବେ ସାୟର ଜୈନ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି। ସିନ୍ଧେକେଲା ଅଗ୍ରବାଲ ଜୈନ ତେରାପଂଥ ଭବନ ଠାରେ ସଭାପତି ବଣ୍ଟି ଜୈନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନୁତନ କର୍ମକର୍ତ୍ତା ଚୟନ ହୋଇଥିଲା। ଏଥିରେ ସଭାପତି ଭାବେ ସାୟର ଜୈନ ସଭାପତି , ସମ୍ପାଦକ ଧିରଜ ଜୈନ, କୋଷାଧ୍ୟକ୍ଷ ଶୁଭମ ଜୈନ, ଉପସଭାପତି ସିତେଶ ସିନ୍ଧେକେଲା ମାରୱାଡି ଯୁବାମଞ୍ଚର କାର୍ଯ୍ଯକର୍ତ୍ତା ଚୟନ, ସଭାପତି ହେଲେ ସାୟର ଜୈନ, ସହସମ୍ପାଦକ କିଶୋର ଜୈନ, ରାଷ୍ଟ୍ରୀୟ ସଦସ୍ଯ ଭାବେ ସନ୍ତୋଷ ଜୈନ, ସଞ୍ଜୀବ ଜୈନ, ମନୋଜ ଜୈନ ମନୋନୀତ ହୋଇଥିଲେ। ଅନ୍ୟମାନଙ୍କ ମଧ୍ଯରେ ମଞ୍ଚର କୋଷାଧ୍ୟକ୍ଷ ବୁଳୁ ଜୈନ, ପୂର୍ବତନ ସଭାପତି ମାମରାଜ ଜୈନ, ସୁଦର୍ଶନ ଜୈନ, ଅନିଲ ଜୈନ ପ୍ରମୁଖ ଙ୍କ ସହ ସମସ୍ତ କାର୍ଯ୍ଯକର୍ତ୍ତା ନିର୍ବାଚନୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
ସିନ୍ଧେକେଲା ମାରୱାଡି ଯୁବାମଞ୍ଚର କାର୍ଯ୍ଯକର୍ତ୍ତା ଚୟନ, ସଭାପତି ହେଲେ ସାୟର ଜୈନ
ଆଜତକ ଓଡ଼ିଶା
0
Post a Comment