ଉଲୁଣ୍ଡା ବ୍ଲକ ନାକଡେଇଁ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ନାଗେଶ୍ଵର ଯୁବକ ସଂଘ ଓ ବଜରଂଗ ଦଳ ନାକଡେଇଁ ଆନୁକୂଲ୍ୟରେ ଆଧ୍ୟାତ୍ମିକ ପରିବେଶ ପାରାୟଣ ର ଶେଷ ଦିବସରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ବିଶ୍ଵନାଥ ମେହେର, ସମ୍ମାନୀତ ଅତିଥି ଭାବେ ମନୋଜ କୁମାର ପଣ୍ଡା ଜିଲ୍ଲା ରକ୍ତଦାତା ସଂଘ ର ସଭାପତି। ନେହେରୁ ଯୁବ କେନ୍ଦ୍ର ସୋନପୁର ର ରାଷ୍ଟ୍ରୀୟ ଯୁବ ସମାଜସେବୀ ହୃଷୀକେଶ ଦେହେରୀ ଯୋଗ ଦେଇଥିବା ବେଳେ କ୍ଲବ ର ସମସ୍ତ ସଦସ୍ୟ ରମଣ ପ୍ରଧାନ, ଜିତେନ୍ଦ୍ର ଥନାପତି,ସୂଜିତ ଦେହୁରୀ, ଚୈତନ୍ୟ ପଧାନ, ନାରାୟଣ ଦେହେରୀ । ଏହି ଶିବିର ରେ 21 ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା।ଶେଷରେ ବଜରଂଗ ଦଳ ର ସଭାପତି ଗୋବର୍ଦ୍ଧନ ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ। ରକ୍ତ ସଂଗ୍ରହ ରେ ସୋନପୁର ରକ୍ତ କେନ୍ଦ୍ର ର ଟେକ୍ନିସିଏନ ସୁଭାଷ ଚନ୍ଦ୍ର ପଣ୍ଡା,ଜଗତ ଦରୁଆନ, ଯୁଧିଷ୍ଠିର ନାୟକ ସହୋଯକ କରିଥିଲେ।
ନାଗେଶ୍ଵର ଯୁବକ ସଂଘ ଓ ବଜରଂଗ ଦଳ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ
ଆଜତକ ଓଡ଼ିଶା
0
Post a Comment