ବାଲେଶ୍ବର,(ପ୍ରଭାକର ମଲ୍ଲିକ) ପୁଣି ପୋଲିସ ଦ୍ବାରା ଜବତ ହେଲା ବେଆଇନ୍ କାଠବୋଝେଇ ପିକଅପ ଡ଼୍ରାଇଭର ଓ ହେଲ୍ପର୍ ପୋଲିସ ଦ୍ବାରା ଅଟକ।
ସୂଚନାରୁ ପ୍ରକାଶ ବାଲିଆପାଳ ଥାନା ଚୌମୁଖରୁ ଏକ କାଠ ବୋଝେଇ ପିକପ୍ ଜଳେଶ୍ଵର ଯାଉ ଥିବା ବେଳେ ବାଲିଆପାଳ ଆଇଆଇସି ପର୍ଶୁରାମ ସାହୁ ଙ୍କ ନିର୍ଦ୍ଦେଶରେ ପାରୁଳିଆଛକ ଠାରେ ପିକପ୍ କୁ ପୋଲିସ ଦ୍ବାରା ଜବତ କରି ଲଙ୍ଗଳେଶ୍ବର ବନବିଭାଗ କୁ ହସ୍ତାନ୍ତର ଥାନା ତରଫରୁ କରାଯାଇଛି। ଲଙ୍ଗଳେଶ୍ବର ଫରେଷ୍ଟର ସଶିଧର ମହାନ୍ତି,ଗାର୍ଡ ହୃଷିକେଶ ପ୍ରଧାନ ଓ ପ୍ରମିଳା ସେନ୍ ପ୍ରମୁଖ ଜବତ କାଠ ସହ ପିକପ୍ କୁ ନିଜ ହେପାଜତକୁ ନେଇଛନ୍ତି।ପିକପରେ ଦାମି ନିମ୍ବ କାଠ ସହ ଆକାଶିକାଠ ଥିବାର ସୂଚନା ମିଳିଛି। କାଠଗୁଡିକ ଆନୁମାନିକ ମୂଲ୍ୟ ତିରିଶ ହଜାର ରୁ ଅଧିକ ଟଙ୍କା ହେବାର ବନବିଭାଗ ପକ୍ଷରୁ ସୁଚନା ଦିଆଯାଇଛି।ତେବେ ଡ଼୍ରାଇଭର ଓ ହେଲ୍ପର୍ କୁ ବାଲିଆପାଳ ପୋଲିସ ଅଟକ ରଖିଛି।
ବାଇଟ୍: -ହୃଷିକେଷ ପ୍ରଧାନ
ବାଲେଶ୍ଵର ଜିଲ୍ଲା ବାଲିଆପାଳ ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ ।
Post a Comment