ବାଲେଶ୍ବର, (ପ୍ରଭାକର ମଲ୍ଲିକ) ନିର୍ବାଚନ ଯେତେ ପାଖେଇ ଆସୁଛି ପଚାର ବେଗ ମଧ୍ୟ ସେତିକି ଜୋର ଧରୁଛି। ଗ୍ରାମ ସାଉଡି ପଞ୍ଚାୟତର ଗଙ୍ଗାଧର ଦାସଙ୍କ ସଭାପତିତ୍ବରେ ହରି ମନ୍ଦିର ସମ୍ମୁଖ ପଡ଼ିଆ ଠାରେ ନିର୍ବାଚନ ନିୟମକୁ ପାଳନ କରି ନିର୍ବାଚନୀ ବୈଠକ ଅନୁଷ୍ଠିତ ହୋଇଥିଲା।ଉକ୍ତ ବୈଠକରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ରଘୁନାଥ ମହାନ୍ତି ଯୋଗଦେଇ କର୍ମୀ ମାନଙ୍କୁ ଗୁରୁମନ୍ତ୍ର ଦେବା ସହିତ ପ୍ରଧାନମନ୍ତ୍ରୀ ମୋଦି ଜୀ ଙ୍କ ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଇଥିଲେ ଏବଂ ବିଜେପି ପ୍ରାର୍ଥୀ ମାନଙ୍କୁ ବିପୁଳ ଭୋଟ ଦେଇ ଜିତାଇବାକୁ ଆହ୍ବାନ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ବିଜେପି ସାଂସଦ ପ୍ରତିନିଧି ମହେଶ୍ୱର ଜେନା,ମଣ୍ଡଳ ସଭାପତି ଗଗନ ସାହୁ,ପଞ୍ଚାୟତ ସଭାପତି ଜଗନ୍ନାଥ ଧଳ,୨୨ ନଂ ଜୋନର ଜିଲ୍ଲା ପରିଷଦ ପ୍ରାଥୀ ଜଗବନ୍ଧୁ ମଲ୍ଲିକ,ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଧରଣୀ ଧର ମଲ୍ଲିକ ଓ ସମିତି ସଭ୍ୟ ଅଶୋକ ପଟ୍ଟାୟତ ପ୍ରମୁଖ ଯୋଗଦେଇ ନିଜନିଜ ବ୍ୟକ୍ତବ୍ୟ ପ୍ରଦାନ କରିଥିଲେ।ଏହି ପରିପ୍ରେକ୍ଷୀରେ ଅନ୍ୟ ଦଳର ୫ ପରିବାର ଲୋକେ ବିଜେପିରେ ଯୋଗଦାନ କରିଥିଲେ।ମୁଖ୍ୟ ଅତିଥି ଶ୍ରୀ ମହାନ୍ତି ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ଦଳକୁ ସ୍ଵାଗତ କରିଥିଲେ।ସେହିପରି କୁଣ୍ଡଳୀ ପଞ୍ଚାୟତ ନିମପଦା ଓ ବଣିଆଡିହା ପଞ୍ଚାୟତର ପଞ୍ଚାୟତରେ ପଞ୍ଚାୟତ ସଭାପତି ଚିତ୍ତ ଜେନା ଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ରଘୁନାଥ ମହାନ୍ତି, ସରପଞ୍ଚ ପ୍ରାର୍ଥୀ ଅଜିତ ପଟ୍ଟା ୟତ ଓ ସମିତି ସଭ୍ୟ ପ୍ରାର୍ଥୀ ଶ୍ରୀମତୀ ରିନା ବେଶ୍ରା,ସାଂସଦ ପ୍ରତିନିଧି ମହେଶ୍ୱର ଜେନା,ମଣ୍ଡଳ ସଭାପତି ଗଗନ ସାହୁ ଏହି ଦୁଇଟି ପଞ୍ଚାୟତରେ ଶୁକ୍ର ବାର ବିଜେପିର ନିର୍ବାଚନ ମାରାଥନ ପ୍ରଚାର କରାଯାଇଥିଲା।
ବାଲେଶ୍ଵର ଜିଲ୍ଲା ବାଲିଆପାଳ ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ ।
Post a Comment