କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) : ନିଜ ପୁଅ କୁ ଖୋଜି ଖୋଜି ଛତିଶଗଡ଼ ରୁ ଟିଟିଲାଗଡ ପହଞ୍ଚିଲା ମା ବିଗତ ୪ ବର୍ଷ ରୁ ଖୋଜୁଛନ୍ତି ନିଜ ପରିବାର ର ସଦସ୍ୟ ରୋନକ କୁ। ଖବର ପାଇବା ପରେ ମାହସମୁନ୍ଦ ରୁ ଆସିଲେ ଟିଟିଲାଗଡ଼ ହେଲେ ମିଳି ପାରିଲା ନାହିଁ କୋଣସି ସୁରାଗ। ବୟସ ୨୭, ନାମ ରୋନକ ସିଂ ରାଜପୁତ, ଠିକଣା ମାହସମୁନ୍ଦ ଛତିଶଗଡ଼। ବିଗତ ୧୫ ଏପ୍ରିଲ ୨୦୧୭ ରୁ ରାଜେଶ୍ୱରୀ ରାଜପୁତ (ମାଁ) ଙ୍କ ଏକ ମାତ୍ର ପୁଅ ନିଖୋଜ ରହିଛି। ବିଗତ ୪ ବର୍ଷରୁ ରାଜେଶ୍ୱରୀ ତାଙ୍କ ଝିଅ ମେଘା ସହ ତାଙ୍କ ପୁଅ କୁ ଖୋଜୁଛନ୍ତି। ଏ ରାଜ୍ୟ ରୁ ସେ ରାଜ୍ୟ, ଏ ଗାଁ ରୁ ସେ ଗାଁ ହେଲେ କୋଣସି ସୁରାଗ ମିଳୁ ନାହିଁ। ହେଲେ ୨୦ ତାରିଖ ଦିନେ ଫୋନେ ମାଧ୍ୟମ ରେ ତାଙ୍କୁ ଜଣେ ଖବର ଦେଲେ ଯେ ତାଙ୍କ ପୁଅ ଟିଟିଲାଗଡ଼ ରେଳବାଇ ଷ୍ଟେସନ ନିକଟରେ ଦେଖା ଯାଇଛି। ତା ପରେ କଣ ଖୁସି ସମ୍ଭାଳି ପାରି ନ ଥିଲେ ପରିବାର ଲୋକେ। ଆଉ ଖବର ପାଇ ଟିଟିଲାଗଡ ସହର କୁ ମାଡି ଆସିଲେ। ସହର ର ବିଭିନ ଦୋକାନ ରୁ ଦୋକାନ ବୁଲି, ଲୋକଙ୍କ ସାଥି ରେ କଥା ହେଇ ନିଜ ପୁଅଙ୍କ ବିଷୟ ରେ କହୁଛନ୍ତି ଦୁଇ ମା ଝିଅ ଆଉ କଥା ହେଉ ହେଉ କାନ୍ଦି ପକାଉଛନ୍ତି ନିଖୋଜ ପୁଅଙ୍କ ମା। ପୋଷ୍ଟର, ଫୋଟୋ ଦେଖାଇବା ସହ ଅନେକ ପ୍ରମୁଖ ଛକ ଗୁଡିକ ରେ ପୋଷ୍ଟର ଚାପୁଛନ୍ତି ମା ରାଜେଶ୍ୱରୀ ଏବଂ ଝିଅ ମେଘା। ଟିଟିଲାଗଡ଼ ପୁଲିସ ଥାନା କୁ ଯାଇ ମଧ୍ୟ ଅନୁରୋଧ କରିଛନ୍ତି ମା ଆଉ ଝିଅ। ଥାନା ଅଧିକାରୀ ରଞ୍ଜନ ବରୀହା ଙ୍କ ଆଶ୍ୱାସନା ପରେ ବହୁତ ଖୋଜା ଖୁଜି କରିବା ପରେ ମଧ୍ୟ କୋଣସି ସୁରାଗ ନ ପାଇ ସମ୍ବଲପୁର ରେ ଖୋଜିବା କୁ ଯାଇଛନ୍ତି ଦୁହେ।
ପ୍ରତେକ ମା ପାଇଁ ତାହାର ସନ୍ତାନ ପ୍ରତି ମମତା ରହିଥାଏ। ସନ୍ତାନ ଯେଉଁ ସ୍ଥାନରେ ରହିଲେ ମଧ୍ୟ ମା ସନ୍ତାନ ର ଭଲମନ୍ଦ କାମନା କରିଥାଏ। ସେହିପରି ରାଜେଶ୍ୱରୀ ଙ୍କ ପୁଅ ରୋନାକ ଗତ ୪ ବର୍ଷ ରୁ ନିଖୋଜ ଥିଲେ ମଧ୍ୟ ସେ ସାହସ ହରି ନାହାନ୍ତି। ବୃଦ୍ଧା ବୟସ ରେ ଏ ସହର ରୁ ସେ ସହର ବୁଲି ନିଜ ପୁଅ କୁ ଖୋଜିବା ରେ ଲାଗିଛନ୍ତି। ହେଲେ ସୁଫଳତା ହାତ ଛଡା ହେବାରୁ ନିରାଶ ହୋଇଛନ୍ତି ପରିବାର ଲୋକେ। ଅନ୍ୟପଟେ ଟିଟିଲାଗଡ଼ ର ଜଣେ ବାସିନ୍ଦା ତାଙ୍କର ପୁଅ ଖୋଜିବା କୁ ଚେଷ୍ଟା କରିବା ସହ ପ୍ରଭୁଙ୍କ ଠାରୁ ପ୍ରାର୍ଥନା କରିଛନ୍ତି ଯେ ମାଙ୍କୁ ତାଙ୍କର ପୁଅ ମିଳିଯାଉ ବୋଲି।
Post a Comment