କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଓ ତୁରେକେଲା ମୁଖ୍ୟ ରାସ୍ତା ରେ ଏକ ଗୋଖାଦ୍ୟ ବୋଝେଇ ଟ୍ରକ ଓଲଟି ଥିବା ଜଣାପଡିଛି। ସୂଚନା ଅନୁସାରେ ସନ୍ଧ୍ୟା ୪:୩୦ ଟାରେ ଗୋଖାଦ୍ୟ ବୋଝେଇ ମିନି ଟ୍ରକ ଗାଡ଼ି ନମ୍ବର OD 02 BB 4372 ଭାରସାମ୍ୟ ହରାଇ ଦାବ୍ରି ଓ ଖୁଟୁଲମୁଣ୍ଡା ମଝିରେ ତଥା କର୍ଲାଫାଟକ ପାଖରେ ଓଲଟି ଯାଇଥିଲା। ବାଟରେ ଯାତାୟତ କରୁଥିବା ଲୋକମାନଙ୍କ ଦ୍ବାରା ଡ୍ରାଇଭର ଜଣକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କଣ୍ଟାବାଞ୍ଜି ମୁଖ୍ୟ ଚିକିତ୍ସାଳୟ କୁ ଆଣିଛନ୍ତି । ଘଟଣା ସ୍ଥଳରେ ଗାଡ଼ି ପଡିରହିଥିବା ବେଳେ ପୋଲିସ କିମ୍ବା ଅନ୍ୟ କୌଣସି ଅଧିକାରୀ ଘଟଣା ସ୍ଥଳକୁ ପହଞ୍ଚି ନ ଥିବା ସୂଚନା ମିଳିଛି ।
କଣ୍ଟାବାଞ୍ଜି ତୁରେକେଲା ମୁଖ୍ୟ ରାସ୍ତା ରେ ଗୋଖାଦ୍ୟ ବୋଝେଇ ମିନି ଟ୍ରକ ଦୁର୍ଘଟଣାଗ୍ରସ୍ତ
ଆଜତକ ଓଡ଼ିଶା
0
Post a Comment