ବୀରମହାରାଜପୁର ରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ପାଳିତ


ବୀରମହାରାଜପୁର,(ଆଜତକ୍ ଓଡ଼ିଶା)ନେହେରୁ ଯୁବକେନ୍ଦ୍ର ସୁବର୍ଣ୍ଣପୁର ଓ ମାହେଶ୍ୱରୀ ଜନକଲ୍ୟାଣ ଯୁବକ ସଂଘ, କମିରା ର ମିଳିତ ଆନୁକୁଲ୍ୟ ରେ ଗାନ୍ଧିଜୀ ଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ବିଜୟ କୁମାର ଷଡଙ୍ଗୀ, ସମ୍ମାନିତ ଅତିଥି ନେହେରୁ ଯୁବ କେନ୍ଦ୍ର ସୋନପୁର ର ସ୍ଵେଚ୍ଛାସେବୀ ସୁଦର୍ଶନ ଭରାସାଗର ଓ ବାପୁଜୀ ହାଇସ୍କୁଲ୍ ର କିରାଣୀ ହୃଦୟ ଷଡଙ୍ଗୀ, ମୁଖ୍ୟ ବକ୍ତା ଭାବେ ସ୍ୱଚ୍ଛ ଭାରତ ମାଷ୍ଟର ଟ୍ରେନର ଜଗଦୀଶ ପଧାନ୍ ଯୋଗଦାନ କରିଥିଲେ ଓ ସଭାକାର୍ଯ୍ୟ କୁ ଆଗେଇ ନେଇଥିଲେ । ସଂଘର ସଭାପତି , ସମସ୍ତ କର୍ମକର୍ତ୍ତା , ଏସ୍ ଏଚ୍ ଜି ଏମ୍ବିକେ ମଥୁରା ସାହୁ ପ୍ରମୁଖ ସଭାକାର୍ଯ୍ୟ ରେ ସହଯୋଗ କରିଥିଲେ ।ଶେଷରେ ମନୋରଞ୍ଜନ ଜଗଦଲା ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment

Previous Post Next Post